Odiapua.com

ସ୍ୱଚ୍ଛଭାରତ ମିଶନ ଯୋଜନାରେ ୧୩୦ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ

ନୟାଗଡ଼, ୩ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ୱଚ୍ଛଭାରତ ମିଶନ ଯୋଜନାରେ ୨ୟ ପର୍ଯ୍ୟାୟରେ ନୟାଗଡ଼ ପୌରପରିଷଦର ୧୩୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ପୌର କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ୧୩୦ ସଫେଇ କର୍ମଚାରୀଙ୍କ କାର୍ଯ୍ୟ କୁଶଳତାକୁ ପ୍ରଶଂସା କରିବା ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ, ରାଜସ୍ୱ ପର୍ଯ୍ୟବେକ୍ଷକ କୈଳାସ ଚନ୍ଦ୍ର ଜେନା, ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ମୁକ୍ତା ସଂଯୋଜକ ଶିରୋମଣି ଧିରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲାବେଳେ ଗଜେନ୍ଦ୍ର କୁମାର ମହାରଣା ଏଥିରେ ସଂଯୋଜନା କରିଥିେଲେ। ଉଲ୍ଲେଖନୀୟ ୨୦୧୬ ରେ ଆରମ୍ଭ ହୋଇଥିବା ସ୍ୱଚ୍ଛଭାରତ ମିଶନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ନୟାଗଡ଼ ସହର ବାହ୍ୟମଳ ମୁକ୍ତ ସହର ଭାବେ ୨୦୧୮ରେ ଘୋଷଣା ହୋଇଥିଲାବେଳେ ରାଜ୍ୟରେ ଦ୍ୱିତୀୟ ସହରଭାବେ ଉଚ୍ଚ ପ୍ରଶଂସିତ ହୋଇଥିଲା।