Odiapua.com

ସ୍ଵାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସାରୁ ପୋଖରୀକୁ ଡେଇଁ ପଡ଼ିଲେ ସ୍ୱାମୀ

କେନ୍ଦୁଝର ୧-୯ (ଓଡ଼ିଆ ପୁଅ/ଚଣ୍ଡୀ ପ୍ରସାଦ ପଟ୍ଟନାୟକ) କେନ୍ଦୁଝର ସହର ସ୍ଥିତ ଶିରିପୁର ପୋଖରୀକୁ ଡେଇଁ ପଡ଼ିଲେ ଜଣେ ବ୍ୟକ୍ତି। ସ୍ଵାମୀ ସ୍ତ୍ରୀ ଚାଲି ଚାଲି ଯାଉଥିବା ସମୟରେ ସାମାନ୍ୟ ବଚସାରୁ ପୋଖରୀକୁ ଡେଇଁ ପଡିଥିବା କହିଲେ ତାଙ୍କ ସ୍ତ୍ରୀ। ଡେଇଁ ପଡ଼ିଥିବା ବ୍ୟକ୍ତି ହେଲେ ହଳଦିଆ ଟାଙ୍ଗିରି ଅଞ୍ଚଳର କୁନୁ ମୁଖି। କୁନୁ ମୁଖି ଓ ତାଙ୍କ ସ୍ତ୍ରୀ ଆଜି ସକାଳେ ମୁଲ ମଜୁରୀ ଲାଗି ଅନ୍ୟର ବୋଲ ହାକ କରି ପେଟ ପୋଷନ୍ତି ଓ ସେମାନଙ୍କର ସହରରେ ଘର ନ ଥିବାରୁ ଭିମାଟ ନାମକ ଦୋକାନ ତଳେ ରୁହନ୍ତି। ଆଜି ସକାଳୁ ଉଭୟେ ହାଣ୍ଡିଆ ପିଇବାକୁ ଶିରିପୁର ଆସିଥିଲେ। ହାଣ୍ଡିଆ ପିଇ ଫେରୁଥିବା ସମୟରେ ଉଭୟଙ୍କ ମଧ୍ୟ ରେ ବଚସା ହୋଇଥିଲେ ଫଳରେ ଗାଁ ମୁଣ୍ଡରେ ଥିବା ପୋଖରୀକୁ କୁନୁ ରାଗରେ ଡେଇଁ ପଡିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ପୋଖରୀରେ କୁନୁକୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।