Odiapua.com

ସ୍ଵାଧୀନତା ଦିବସ ଉପଲକ୍ଷେ ପୁରୀ ମିଶନ ଶକ୍ତି ପକ୍ଷରୁ ମହାସଂଘ ପକ୍ଷରୁ ଏକ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ଵାଧୀନତା ଦିବସ ଉପଲକ୍ଷେ ପୁରୀ ମିଶନ ଶକ୍ତି ପକ୍ଷରୁ ମହାସଂଘ ପକ୍ଷରୁ ଏକ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇଛି। ପୁରୀ ପୌରସଂସ୍ଥା ଅଧୀନରେ ଥିବା ବିଭିନ୍ନ ଏସ୍ଏଚ୍‌ ଗ୍ରୁପ୍ ଏହି ଜାତୀୟ ପତାକା ପ୍ରସ୍ତୁତି ନିମନ୍ତେ ନିୟୋଜିତ ହୋଇଥିଲେ। ପାଖାପାଖି ୪,୦୦୦ ମହିଳା ଜାତୀୟ ପତାକା ପ୍ରସ୍ତୁତ କରିଚନ୍ତି। ଗୋଟିଏ ପତାକା ସିଲେଇ କରିବାକୁ ମହିଳାଙ୍କୁ ୨ ଟଙ୍କା ଲେଖାଏଁ ମିଳୁଛି। ସେହିଭଳି ପତାକା କାଟିବା ନିମନ୍ତେ ପତାକା ପିଚ୍ଛା ଟଙ୍କାଟେ ଲେଖାଏଁ ଦିଆଯାଉଛି। ପତାକା ପ୍ରସ୍ତୁତି ମହିଳାଙ୍କୁ ରୋଜଗାରର ପନ୍ଥା ଦେଇଛି। ପୁରୀର ସମସ୍ତ ୱାର୍ଡର ମହିଳା ପତାକା ପ୍ରସ୍ତୁତିରେ ନିୟୋଜିତ ଥିଲେ। ଏଥିନିମନ୍ତେ ଆବଶ୍ୟକ କଞ୍ଚା ମାଲ୍ କଟକରୁ ଅଣାଯାଇଛି। ଏହି ପତାକା ସିଲେଇ କରାଯିବା ପରେ ମିଶନ ଶକ୍ତି ଭବନକୁ ପଠାଯିବ। ସ୍ଵାଧୀନତା ଦିବସ ନିମନ୍ତେ ମିଶନ ଶକ୍ତି ପକ୍ଷରୁ ରାଜ୍ୟବ୍ୟାପୀ ୩୦ ଲକ୍ଷ ଅଧିକ ପତାକା ପ୍ରସ୍ତୁତ କରାଯାଉଛି।