Odiapua.com

ସ୍ଵର୍ଗଦ୍ୱାରରେ ମଧ୍ୟ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି

ପୁରୀ ୯-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ ସଂକ୍ରମଣ ଦୃତ ଗତିରେ ବଢି ଚାଲିଥିବା ଭକ୍ତ ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ୧୦ ତାରିଖରୁ ୩୧ ତାରିଖ ଯାଏ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ଅପର ପକ୍ଷରେ ପୂ୍ବ ବର୍ଷ ଭଳି ସ୍ଵର୍ଗଦ୍ୱାରରେ ମଧ୍ୟ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କରାଯାଇଛି। ପୁରୀ ଜିଲ୍ଲା ବାହାରର ମୃତ ବ୍ୟକ୍ତି ଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗ ଦ୍ୱାରରେ କରିବା ଉପରେ କଟକଣା ଲାଗୁ ହୋଇଛି। ସ୍ଵର୍ଗ ଦ୍ୱାରରେ କେବଳ ପୁରୀ ଜିଲ୍ଲା ଲୋକମାନେ ନିଜ ମୃତ ପରିଜନଙ୍କ ଅନ୍ତିମ ସଂସ୍କାର କରି ପାରିବେ। ତେବେ ଅନ୍ତିମ ସଂସ୍କାର ପୂର୍ବରୁ କୋଭିଡରେ ମୃତ୍ୟୁ ହୋଇ ନ ଥିବା ପ୍ରମାଣ ପତ୍ର ଦେଖାଇବାକୁ ପଡିବ।