Odiapua.com

ସ୍ମୃତିଗୈାରବ ସଂକଳନ ପରିବାର ଆନୁକୁଲ୍ୟରେ କବିତା ପାଠ ଓ ଆଲୋଚନା ସଭା

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ସ୍ଥିତ ନାରାୟଣ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ସଂକଳନ ଆଗାମୀ କାନ୍ତକବିଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ସ୍ମୃତି ଗୈାରବ’ ପ୍ରକାଶିତ ହେବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କବି ଓ ସାହିତ୍ୟିକଙ୍କୁ ନେଇ ଏକ କବିତା ପାଠ ଓ ଆଲୋଚନା ସଭା ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ରଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ମୃତିଗୈାରବ ମୁଖ୍ୟସଂପାଦକ ବିଭୂତି ଭୂଷଣ ସେନାପତି ସ୍ମୃତି ସଂଗଠନର ଉଦ୍ଦ୍ୟେଶ ଓ ଲକ୍ଷ ସଂପର୍କରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥରୀୟ ଛାତ୍ର ଛାତ୍ରୀଙ୍କୁ ଏ ସଂପର୍କରେ ଅବିହିତ କରିବା ପାଇଁ ପ୍ରସ୍ଥାବ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଶଚିକାନ୍ତ ପଣ୍ଡା, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି କବି ବିପ୍ଳବ କୁମାର ପତି, ମନୋଜ କୁମାର ଭଳ, ଦେବେନ୍ଦ୍ର କୁମାର ମହାକୁଡ଼, କୃପାସିନ୍ଧୁ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ବିଶ୍ୱମୈତ୍ରୀ ନାୟକ ‘ବନ୍ଦେ ଉ୍‌ତ୍କଳ ଜନନୀ’ ଗାନ କରିଥିଲେ। କବି ରୁବିଲତା ଦାସଙ୍କ ସଂଯୋଯନାରେ କାନ୍ତକବିଙ୍କ କବିତା ପାଠ କରାଯାଇଥିଲା। ମଥୁରାମୋହନ ବେହେରା, ଦେବେନ୍ଦ୍ର ମହାଳିକ, ଶାନ୍ତିଲତା ଗିରି, ସୁବାସ କୁମାର ମହାନ୍ତି, ନୀଳମାଧବ ସେନାପତି, ରାକେଶ ମାଝୀ, ଶୀତଳ କୁମାର ବେହେରା, ଗୟାଧର ସେଠୀ, ମୁକୁନ୍ଦଦେବ ନାୟକ, ଓଁ ପ୍ରକାଶ ବିଶ୍ୱାଳ, ବିଜୁ ବେହେରା, ଚିନ୍ମୟୀ ସାହୁ, ପ୍ରଭୃତି ବହୁ କବି କବିତା ପାଠ ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କବୟିତ୍ରୀ ପୁଷ୍ପାଞଳି ତ୍ରିପାଠୀ କାନ୍ତକବିଙ୍କ ଜୀବନ ସଙ୍ଗୀତ ଗାନ କରିଥିଲେ। ସ୍ମୃତି ଗୈାରବ ସଂପାଦିକା ଅଧ୍ୟାପିକା ସଂଯୁକ୍ତା ଭାରତୀ କାନ୍ତକବିଙ୍କ କଣାମାମୁଁଙ୍କ ଜୀବନ ଦର୍ଶନ ଉପରେ ସ୍ୱାଗତ ଭାଷଣ ପ୍ରଦାନ କଲା ବେଳେ କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ।