Odiapua.com

ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରାଉ ଓ ଧାରଣା ଦେଲା ମହିଳା କଂଗ୍ରେସ

ଭୁବନେଶ୍ୱର/ଯାଜପୁର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ମହିଳା କଂଗ୍ରେସ ଆହ୍ୱାନ କ୍ରମେ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ଆରକ୍ôଷ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ପିଇଓ (ପଂଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ)ଙ୍କ ସରପଂଚ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ରହସ୍ୟ ଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ବା ସିବିଆଇ ତଦନ୍ତ ଦାବିରେ ପାଣିକୋଇଲି ମା ତାରିଣୀ ମନ୍ଦିରରୁ କଂଗ୍ରେସ କର୍ମିଙ୍କ ଦ୍ୱାରା ଏକ ଶୋଭଯାତ୍ରା ବାହାରି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା । ସେଠାରେ ଏକ ପ୍ରତିବାଦ ସଭା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରୀତାଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ, ବିଧାୟକ ମହମ୍ମଦ ମୋକିମ, କଂଗ୍ରେସ ପ୍ରବକ୍ତା ସତ୍ୟପ୍ରକାଶ ନାୟକ, ପଦ୍ମାକର ଗୁରୁ, ରାଜକିଶୋର ବାରିକ, ଚନ୍ଦ୍ରକାନ୍ତ ଖଣ୍ଡାଇ,ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, କନକଲତା ମଲ୍ଲିକ, ସ୍ମୃତିରେଖା ପହିି, ଜିଲ୍ଲା ସଭାପତି ମନୋଜ ରାଉତ, ବଳଭଦ୍ର ଦାସ, ସନ୍ତୋଷ ନନ୍ଦ, ପୂର୍ବତନ ସାଂସଦ ଅଂଚଳ ଦାସ, ମନୋରଂଜନ ଦାସ, ବିଦ୍ୟାଧର ମହାନ୍ତି, ହୃଦାନନ୍ଦ ସାମଲ, ତପନ ନାୟକ, ପ୍ରତିମା କର, ନିର୍ମଳା ମଲ୍ଲିକ, ପ୍ରୀୟବ୍ରତ ସାହୁ, ଅକ୍ଷୟ କୁମାର ଜେନା, ମଧୁସୂଦନ ସାହୁ, ରଘୁନାଥ ମାଝୀ, ଘନଶ୍ୟାମ ପଣ୍ଡା, ବଟକୃଷ୍ଣ ମହାପାତ୍ର, ଏକାଦଶୀ ସେଠୀ, ଚନ୍ଦ୍ରଶେଖର ସାହୁ,ଶୁଭେନ୍ଦୁ ମହାନ୍ତି, ଅଜୟ ସାମଲ, ଉମେଶ ଜେନା, ଚିନ୍ମୟ ସାମ. ସୁଧାନିଧି ମହାପାତ୍ର, ଦିଲ୍ଲୀପ ଜେନା, ଅନୁସୟା ଜେନା, ପ୍ରଭାତ ମହାପାତ୍ର, ଅରୁପାନନ୍ଦ ମଲ୍ଲିକଙ୍କ ସମେତ ଶତାଧିକ ମହିଳା ଓ କଂଗ୍ରେସ କର୍ମି ଯୋଗଦେଇଥିଲେ । ଶେଷରେ ବିକ୍ଷୋଭକାରୀଙ୍କ ନିକଟରୁ ଉପଆରକ୍ôଷ ଅଧିକ୍ଷକ ଅକ୍ଷୟ କୁମାର ଦାସ ଦାବିପତ୍ର ଗ୍ରହଣ କରିଥିଲେ ।