Odiapua.com

ସ୍ବେଛାସେବୀ ମହାସଂଘ ପିଏଜି ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ

ବାଲିଗୁଡା, ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।ଓଡିଶା ରେ ସଂକ୍ରମିତ ଙ୍କ ସଂଖ୍ୟା ଦୁଇଗୁଣ ରୁ ଅଧିକ ହୋଇଗଲାଣି।ପ୍ରାୟ ଦେଢମାସ ଧରି ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହେବାରୁ ଗରିବ ଅସହାୟ ନିଃସହାୟ ଲୋକମାନଙ୍କ ର ଖାଦ୍ୟ ଅଭାବ ଜନିତ ସମସ୍ୟା ଉପୁଜିବା ଆରମ୍ଭ ହୋଇଛି। ସରକାରଙ୍କ ପକ୍ଷରୁ ତିନି ମାସର ଖାଦ୍ୟ ସାମଗ୍ରୀ ଅଗ୍ରିମ ଦିଆଯାଇଥିଲେ ହେଁ ତାହା ଯଥେଷ୍ଟ ହେଉନାହିଁ।କନ୍ଧମାଳ ଜିଲ୍ଲା ରେ ଲକଡାଉନ ବାହାର ଜିଲ୍ଲା ଓ ରାଜ୍ୟର ଯାଯାବର ଶ୍ରେଣୀର ପ୍ରାୟ ତିନି ଶହ ଲୋକ ଫସି ରହିଯାଇଛନ୍ତି।ଉକ୍ତ ଲୋମାନଙ୍କୁ ଫୁଲବାଣୀ  ସ୍ବେଛାସେବୀ ମହାସଂଘ ପିଏଜି ପକ୍ଷରୁ ଚୁଡା, ଗୁଡ, ଚାଉଳ, ଡାଲି, ତେଲ ସୋୟାବିନ, ସାବୁନ ସର୍ଫ ଇତ୍ୟାଦି ବାଲିଗୁଡା ବ୍ଳକରେ ଅନୁଷ୍ଠାନର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ୱରେ ଯୋଗାଇ ଦିଆ ଯାଇଛି।ବାଲିଗୁଡା ପ୍ରକଳ୍ପ ପ୍ରଶାସକ ରାଜେନ୍ଦ୍ର କୁମାର ରଣଜିତ ପିଏଜି ସଦସ୍ୟ ମାନଙ୍କ ସହଯୋଗ ରେ ମଧ୍ୟ ପ୍ରଦେଶ ରୁ ଆସି ଏଠାରେ ଫସି ରହିଥିବା ଯାଯବର ଶ୍ରେଣୀର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ।ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ ଅଞ୍ଚଳରେ ଥିବା ପୃଷ୍ଟି ହୀନ ଶିଶୁ, ରୋଗି, ଅତି ବୟସ୍କ, ନିସହାୟ ଲୋକମାନଙ୍କୁ ରିଲିଫ ପ୍ୟାକେଜ ପିଏଜି ସଦସ୍ୟମାନେ ଯୋଗାଇ ଦେଇଛନ୍ତି l ଏଥି ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ ସଫା ସୁତରା ରହିବା, ହାତ ଧୋଇବା, ସାମାଜିକ ଦୁରତା ବଜାଇ ରଖିବା, ବାହାରୁ ଆସୁଥିବା ଲୋକମାନଙ୍କୁ ପଞ୍ଚାୟତରେ ସଂଗରୋଧ କେନ୍ଦ୍ର ରେ ରହିବାକୁ ପ୍ରବତ୍ତାଇବେ।କରୋନା କୁ ଗାଁ ରେ ପୁରାଇ ଦେବେନାହିଁ ବୋଲି ଗାଁ ମାନଙ୍କ ରେ ଶପଥ କରାଇଥିଲେ।ସହାୟକ ଅନୁଷ୍ଠାନ ଗୁଞ ପକ୍ଷରୁ ଜି ଉଦୟଗରି ର ୱ।ଡ ଅନୁଷ୍ଠାନ ଓ ପିଏଜି ର ମିଳିତ ଉଦ୍ୟମରେ ଜିଲ୍ଲାର ପ୍ରତି ବ୍ଲକରେ ଅତି ଗରିବ, ଅସହାୟ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଉଛି।ଫୁଲବାଣୀ ସ୍ୱଛାସେବୀ ମହାସଂଘର ୫୬ଟି ସଦସ୍ୟ ଅନୁଷ୍ଠାନ ପ୍ରତ୍ୟେକ ନିଜ ସ୍ତରରେ କରୋନା ପ୍ରତିଷେଧକ ପାଇଁ କାର୍ଯ୍ୟ କରିଆସୁଛନ୍ତି।ଆବାହକ ଅଶୋକ ପରିଡାଙ୍କ ସହ ସଦସ୍ୟ ଭଗବାନ ଜେନା, ଲିଙ୍ଗରାଜ ପ୍ରଧାନ, ବରଦା ନାୟକ, ବିଶ୍ୱଜିତ ଜେନା, ଅମିତ ନାୟକ ଆଶୁତୋଷ ସାହୁ ଓ ଗଣେଶ୍ୱର ନାୟକ, ରାଜ କିଶୋର ବେହେରା, ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ କରୋନା ପ୍ରତିଷେଧକ ବିଷୟରେ ସଚେତନତା ସୃଷ୍ଟି କରି ଆସୁଛନ୍ତି।କନ୍ଧମାଳ ଜିଲ୍ଲାର ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ କରୋନା ଲକଡାଉନ ପର୍ଯ୍ୟନ୍ତ ସହାୟତା ଓ ଜିଲାରେ ସଚେତନତା କାର୍ଯ୍ୟ ଜାରୀ ରହିବ ବୋଲି ପିଏଜିର ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ।ସରକାରୀ ଯୋଜନା ଓ ଅନୁଦାନର ସଦୁପଯୋଗ, ଏବଂ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ରରେ ପରିମଳ ବ୍ୟବସ୍ଥା ଓ ଖାଦ୍ୟପେୟ ଉପରେ ଦୃଷ୍ଟି ଦେବାକୁ ସବୁ ସଭ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଆବାହକ ଶ୍ରୀ ପରିଡା କହିଛନ୍ତି।