Odiapua.com

ସ୍ବାମୀଙ୍କ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ଅମରୋହା ୮/୯,(ଓଡ଼ିଆ ପୁଅ ପି ନାଏକ): ସ୍ବାମୀଙ୍କ ସହ ଔଷଧ ନେଇ ଫେରୁଥିବା ବିବାହିତା ଯୁବତୀଙ୍କୁ ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପଡ଼ିଆରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଅମରୋହାରେ ଘଟିଛି। ଅଭିଯୁକ୍ତମାନେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀ ବିରୋଧ କରିଥିଲେ ସେମାନେ ତାଙ୍କ ହାତକୁ ଗୁଳି ମାରିଥିଲେ। ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଧମକାଇ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କର ଚିକିତ୍ସା ପାଇଁ ସିଏଚସିରେ ଭର୍ତ୍ତି କରାଇଥିଲା। ଏହା ସହିତ ପୋଲିସ୍ ଦୁର୍ବୃତ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଥିଲା।

ବଛରାୟୁଁ ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଯୁବତୀଙ୍କ ବିବାହ ମିରଟରେ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ସେ ଚାନ୍ଦପୁରରୁ ଔଷଧ ନେଇ ସ୍ବାମୀଙ୍କ ସହ ବାପଘରକୁ ଯାଉଥିଲେ। ଧନୌରାରେ ଗଢ଼ଓ୍ବାଲ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇବା ପରେ ଇ- ରିକ୍ସା ଯୋଗେ ସ୍ବାମୀ ସ୍ତ୍ରୀ କୁଆଖେଡ଼ା ଗାଁକୁ ଫେରୁଥିଲେ।

ପୀଡ଼ିତାଙ୍କ କହିବାନୁସାରେ ମିଳକ ଗାଁ ନିକଟରେ ପହଞ୍ଚିବା କ୍ଷଣି ପଛରୁ ଆସୁଥିବା ଦୁଇଟି ବାଇକରେ ଆସୁଥିବା ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଲୁଟ କରିବା ପରେ ଇ-ରିକ୍ସା ଡ୍ରାଇଭରକୁ ସେଠାରୁ ତଡ଼ି ଦେଇଥିଲେ ଏବଂ ସେମାନଙ୍କୁ ରାସ୍ତାକଡ଼ରେ ଥିବା ପଡ଼ିଆକୁ ନେଇ ଯାଇଥିଲେ। ପଡ଼ିଆରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ସ୍ବାମୀ ବିରୋଧ କରିବାରୁ ତାଙ୍କ ହାତକୁ ଗୁଳି ମାରିଥିଲେ।