Odiapua.com

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ

କଟକ, ୧୦/୮ (ଓଡ଼ିଆ ପୁଅ /ଅଭୟ ଜେନା) ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତୁଳସୀପୁର, କଟକ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାପୁରୁଷମାନଙ୍କ ବେଶ ପ୍ରତିଯୋଗିତା, ୭୫ଜଣ ଛାତ୍ରଛାତ୍ରୀ ଭାରତ ମାନଚିତ୍ର ଗଠନ, ଓଁ ଗଠନ ଓ ଛୋଟ ପିଲାମାନଙ୍କର ପଥ ସଂଚାଳନ ପୂର୍ବକ ସ୍ଥାନୀୟ ଅଂଚଳରେ ପରିକ୍ରମା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ ନାରାୟଣ ପ୍ରସାଦ ଷଢଙ୍ଗୀ, ଆଚାର୍ଯ୍ୟ ଚିତ୍ତରଂଜନ ଭୁକ୍ତା ଓ ଅଜୟ କୁମାର ଜଟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ କୋଷାଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କର ମାର୍ଗଦର୍ଶନ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।