Odiapua.com

ସ୍ପୋର୍ଟସ ବାଇକ୍ ‘ହିରୋ ଏକ୍ସଟ୍ରିମ୍୧୬୦ଆର’ର ବଜାର ପ୍ରବେଶ

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ):: ଦେଶର ଅନ୍ୟତମ ଖାତନାମା ୨ଚକିଆ ଯାନ ନିର୍ମାତା ‘ହିରୋ ମୋଟକୋର୍ପ’ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ବାଇକ୍ ‘ହିରୋ ଏକ୍ସଟ୍ରିମ୍୧୬୦ଆର ବିଏସ-୬’ ସମଗ୍ର ଦେଶରେ ବଜାର ପ୍ରବେଶ ହୋଇଥିବା ବେଳେ ବାଲେଶ୍ୱର ଅଧିକୃତ ବିକ୍ରେତା ‘ନୀଲମ ମୋଟର୍ସ’ ପକ୍ଷରୁ ଆଜି ମଧ୍ୟ ଅନୁରୂପ ଭାବେ ବଜାର ପ୍ରବେଶ ହୋଇଛି। ନୀଲମ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ସରାୱଗୀ ଓ ନିର୍ଦ୍ଦେଶକ ମନୀଷ ସରାୱଗୀ ମିଳିତ ଭାବେ ନୂତନ ମଡେଲର ବାଇକ୍କୁ ଅନାବରଣ କରିଥିଲେ। ୧୬୦ ସିସି ଇଂଜିନ୍ କ୍ଷମତା ବିଶିଷ୍ଟ ବାଇକ୍ ବର୍ଗରେ ହିରୋ କମ୍ପାନିର ଏହା ପ୍ରଥମ ହୋଇଥିବା ବେଳେ ବିଏସ-୬ ରେଞ୍ଜର ପ୍ରଥମ ସ୍ପେର୍ଟସ ବାଇକ୍। ଅତ୍ୟାଧୁନିକ ଏକ୍ସ-ସେନ୍ସ ଜ୍ଞାନକୌଶଳରେ ନିର୍ମିତ ଏହି ବାଇକ୍ରେ ପ୍ରୋଗ୍ରାମ୍ଡ ଏଫଆଇ ଇଂଜିନ୍, ୫ ସ୍ପିଡ୍ ଗିୟର ବକ୍ସ, ସ୍ପ୍ଲିଟ୍ ଆଲୋଏ ହୁଇଲ ସହ ଆକର୍ଷଣୀୟ କଲରରେ ମିଳୁଛି। ଏଥିରେ ବେଟର ଫୁଏଲ ଇକନମି ସହ ଚାଳକଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ନିର୍ଦ୍ଦେଶକ ମନୀଷ ସରାୱଗୀ କହିଛନ୍ତି। ନୀଲମ ହୀରୋର ପ୍ରତିଗାଡ଼ିରେ ୫ ବର୍ଷର ୱାରେଣ୍ଟି ଓ ବିକ୍ରି ପରର ଉତ୍କୃଷ୍ଟ ସେବା ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ମଡେଲର ସ୍ପୋର୍ଟସ ବାଇକ୍ ଯୁବ ଗୋଷ୍ଠୀଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବଜାର ପ୍ରବେଶ କାର୍ଯ୍ୟକ୍ରମରେ ନୀଲମ ମୋଟର୍ସ ସେଲ୍ସ ଏକ୍ଜିକ୍ୟୁଟିଭ୍ ସତ୍ୟଜିତ୍ ଦେ ନୂତନ ବାଇକ୍ର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ପ୍ରଥମ ଗ୍ରାହକଙ୍କୁ ନୀଲମ ମୋଟର୍ସ ପକ୍ଷରୁ ଚାବି ହସ୍ତାନ୍ତର କରାଯାଇଥିଲା। ହୀରୋ କମ୍ପାନିର ଏହି ନୂତନ ମଡେଲର ବାଇକ୍ ପାଇଁ ଦୀର୍ଘଦିନ ଅପେକ୍ଷା କରିବା ପରେ ଆଜି ମିଳି ପାରିଛି ବୋଲି ଅତ୍ମସନ୍ତୋଷ ସହ ପ୍ରଥମ ଗ୍ରାହକ ସଂଜୟ ପ୍ରଧାନ ପ୍ରକାଶ କରିଥିଲେ। ତେବେ ଏହି ନୂଆ ବାଇକ୍କୁ ବେଶ୍ ପସନ୍ଦ କରିଛନ୍ତି ଟେଷ୍ଟ ରାଇଡ୍ ନେଇଥିବା ଜିଲ୍ଲାର ବହୁ ସ୍ପୋର୍ଟସ ବାଇକର। ସ୍ପେର୍ଟସ ବାଇକ୍ ସେଗମେଣ୍ଟରେ ହୀରୋ କମ୍ପାନିର ଏହି ନୂତନ ମଡେଲ ‘ହିରୋ ଏକ୍ସଟ୍ରିମ୍୧୬୦ଆର ବିଏସ-୬’ ଅନ୍ୟ ବାଇକ୍ଠାରୁ ବହୁ ଉନ୍ନତ ବୋଲି ସେମାନେ ପ୍ରକାଶ କରିଛନ୍ତି। ଆରମଦାୟକ ତଥା ସ୍ପେର୍ଟସ ବାଇକିଂ ପାଇଁ ଏହା ସମସ୍ତଙ୍କ ନିକଟରେ ଆଦୃତ ହେବ ବୋଲି ସେମାନେ କହିଛନ୍ତି।