Odiapua.com

ସ୍ପେଶାଲ ବ୍ରାଂଚ ଏଏସଆଇ ମାନଗୋବିନ୍ଦ ପଣ୍ଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ପେଶାଲ ବ୍ରାଂଚର କାର୍ଯ୍ୟରତ ଏଏସଆଇ ମାନଗୋବିନ୍ଦ ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଭଦ୍ରକ ଏସ ପି ମନୋଜ ରାଉତ ଏବଂ ସ୍ପେଶାଲ ବ୍ରାଂଚ ଇନ୍ସପେକ୍ଟର କହ୍ନାଇଚରଣ ସେଠୀ ମାନଗୋବିନ୍ଦ ପଣ୍ଡା ଙ୍କର ୩୩ବର୍ଷର ନିଷ୍ଠାପର ସେବା ,କାର୍ଯ୍ୟଦକ୍ଷତା, ସାଧୁତା ଗୁଣର ପ୍ରଶଂସା କରିବା ସହ ମାନପତ୍ର ଉପଢୌକନ ପ୍ରଦାନ କରିଥିଲେ। ସେ କାର୍ଯ୍ୟରୁ ଅବସର ନେବା ପରେ ମଧ୍ୟ ନିଜର ଜୀବନ ଥିବା ପର୍ଯ୍ୟନ୍ତ ଜନହିତକର ସେବାରେ ସେ ନିଜକୁ ନିୟୋଜିତ କରିବେ ବୋଲି ମତ ରଖିଥିବା ବେଳେ ସବୁ ସମୟରେ ସେ କୌଣସି ଅଘଟଣ ଘଟିବା ଆଗରୁ ସାଧାରଣ ଜନତାଙ୍କ ସହ ରହି ସରକାରଙ୍କୁ ସମସ୍ତ ଖବର ବିଷୟରେ ଅବଗତ କରାଉଥିବାରୁ ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ଉପସ୍ତିତ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।