Odiapua.com

ସ୍ପିକ୍‌ଆଉଟ୍ ଫର ମେଡିକାଲ କଲେଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ପିକ୍ ଆଉଟ୍ ଫର ଭଦ୍ରକ ମେଡିକାଲ କଲେଜ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କୌଣସି ପରିଶ୍ରମ, ସମୟ ଓ ଟଙ୍କା ଖର୍ଚ୍ଚ ନକରି ଭଦ୍ରକ ଜିଲାର ବୃହତ୍ ସ୍ୱାର୍ଥକୁ ସଂପୂର୍ଣ୍ଣ କରିବା ପାଇଁ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସର୍ବବୃହତ୍ ଜନଆନ୍ଦୋଳନରେ ସାମିଲ ହେବା, କୌଣସି ରାଜନୈତିକ ସଂଗଠନ, କୌଣସି କ୍ରିୟାନୁଷ୍ଠାନ କମିଟି ବା ସାମାଜିକ ସଂଗଠନ ଏହି ଆନ୍ଦୋଳନ ପଛରେ ବା ସମ୍ମୁଖରେ ନାହାଁନ୍ତି । ମାତ୍ର ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଟି ସମସ୍ତ ଭଦ୍ରକ ଜିଲାବାସୀଙ୍କ ନିଜସ୍ୱ ହୋଇଥିବାରୁ ନିଜେ ଯୋଦ୍ଧା ହୋଇ ନିଜ ନ୍ୟାର୍ଯ୍ୟ ଦାବୀ ପୂର୍ଣ୍ଣ କରିବା, ଏହି ପ୍ଲାଟଫର୍ମ କୌଣସି ରାଜନୈତିକ ଦଳର ହୋଇନଥିବାରୁ ବା ଏହି ଆନ୍ଦୋଳନରେ କାହାର ନେତୃତ୍ୱ, ଆବାହକତ୍ୱ ନଥିବାରୁ ଏଥିରେ ସାମିଲ ହୋଇ ଯେତେଦିନ ପର୍ଯ୍ୟନ୍ତ ମେଡିକାଲ କଲେଜ ସ୍ଥାପନ ହୋଇ ସେତେଦିନ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇ ଜନ ଆନ୍ଦୋଳନକୁ ଏକ ବିଶାଳ ଗଣ ଆନ୍ଦୋଳନରେ ପରିଣତ କରିବା ଏହି ସୋସିଆଲ ମିଡିଆର ମୂଳ ଲକ୍ଷ୍ୟ ବୋଲି ଏହାର ସଂଯୋଜକ ଜ୍ୟୋତିପ୍ରକାଶ ମହାନ୍ତି ଓ ପ୍ରକାଶଜ୍ୟୋତି ମହାକୁଡ ଆଜି ସ୍ଥାନୀୟ ଟାଉନ୍‌ହଲ୍ ସମ୍ମୁଖରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । ଏହି ଦୁଇ ସଂଯୋଜକ ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ଦୀର୍ଘ ଦୁଇ ଦଶନ୍ଧି ଧରି ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜିଲାବାସୀ ଆନ୍ଦୋଳନ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ସ୍ଥାପନ ହୋଇପାରୁନାହିଁ । ବିଗତ ଦିନମାନଙ୍କରେ ବହୁ ବୁଦ୍ଧିଜୀବୀ, ଯୁବ ଛାତ୍ର, ରାଜନୈତିକ ଦଳ, ସାମାଜିକ ସଂଗଠନ ପକ୍ଷରୁ ଏହାର ପ୍ରତିଷ୍ଠା ନେଇ ଆନ୍ଦୋଳନ, ଧାରଣା, ରାସ୍ତାରୋକ, ଦସ୍ତଖତ ଅଭିଯାନ, ଏପରିକି ଜିଲା ବନ୍ଦ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବରଂ ଅନ୍ୟ ଜିଲାମାନଙ୍କରେ ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଆନୁସଙ୍ଗିକ ଘୋଷଣା ହେଲା ।

ତେଣୁ ଏକ ନୂଆ ରୂପରେ ନୂଆ ଧାରାରେ ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ମାଧ୍ୟମରେ ଯେଉଁ ଆନ୍ଦୋଳନ ଆରମ୍ଭ କରାଯାଉଛି, ସେଥିରେ କେବଳ ଭଦ୍ରକ ଜିଲା ନୁହେଁ ଏହି ଜିଲା ସଂଲଗ୍ନ ପଡୋଶୀ ଜିଲାର ଜନସାଧାରଣ ମଧ୍ୟ ସାମିଲ ହେବେ । ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରତି ଜିଲାବାସୀ କୌଣସି ନେତୃତ୍ୱ ବା ସଂଗଠନରେ ନିଜ ନିଜର ଦାବି ଉପସ୍ଥାପନ କରିବେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ଲାଟ୍‌ଫର୍ମ ଯଥା ଫେସ୍‌ବୁକ୍‌, ହ୍ୱାଟସ୍‌ଆପ ଗ୍ରୁପ୍‌, ଷ୍ଟାଟସ୍‌, ଇନ୍‌ଷ୍ଟ୍ରାଗ୍ରାମ୍‌, ଟୁଇଟର ଓ ୟୁଟ୍ୟବ୍ ମାଧ୍ୟମରେ ଭିଡିଓ ଅପଲୋଡ କରିବା ସହ ନିଜ ନିଜର ମତାମତ ଓ ଦାବି ଜଣାଇ ଆନ୍ଦୋଳନ କରିପାରିବେ । ଏହି ଆନ୍ଦୋଳନ ମାଧ୍ୟମରେ ଯେଉଁ ବିଶାଳ ଜନ ଆନ୍ଦୋଳନ ଗଢିଉଠିବ, ତାହା ଓଡ଼ିଶାରେ ଆଗରୁ କେବେ ବି ହୋଇନଥିବା ବିଷୟ ଏହି ଦୁଇ ସଂଯୋଜକ ସୂଚନା ଦେଇଛନ୍ତି । ପଲ୍ଲୀ ଠାରୁ ଆରମ୍ଭ କରି ରାଜ୍ୟ ଏବଂ ଦେଶ ବିଦେଶରେ ରହୁଥିବା ସମସ୍ତ ଜିଲାବାସୀ ଏହି ଆନ୍ଦୋଳନରେ ସାମିଲ ହୋଇ ନିଜର ନ୍ୟାର୍ଯ୍ୟ ଦାବି ପୂରଣ କରିବେ । ଏଥିରେ ସାମିଲ ହେବାକୁ ସ୍ପିକ୍ ଆଉଟ୍ ଫର ଭଦ୍ରକ ମେଡିକାଲ କଲେଜ ପକ୍ଷରୁ ପ୍ରତ୍ୟେକ ଜିଲାବାସୀ ନିଜ ନିଜର ଦାବି ଭିଡିଓ ଅପଲୋଡ କରି ଜଣାଇବା ସହ ୯୦୯୦୨୨୩୦୦୬, ୯୪୩୭୦୬୦୬୭୦ ଭଳି ହ୍ୱାଟସ୍‌ଆପ୍ ନଂ ରେ ନିଜ ଭିଡିଓ ପଠାଇଲେ, ତାହା www.speakoutforbhadrakmedicalcollege.com ରେ ଭିଡିଓ ଅପ୍‌ଲୋଡ୍ କରାଯିବ । ଏବଂ ଯେଉଁମାନେ ତାହା କରିପାରିବେ ନାହିଁ, ସେମାନେ ଟ୍ୱିଟରକୁ ଯାଇ @Naveen_odisha, @cmo_odisha, @PMOIndia, @narendramodi, @narendramodi.in ରେ ଟ୍ୱିଟ୍ କରି ନିଜର ଦାବି ଉପସ୍ଥାପନ ସହ ଅନୁରୂପ ଭାବେ ଫେସ୍‌ବୁକ୍‌ରେ @Naveen Patnaik(Blue tick) ଏବଂ Narendramodi (Blue tick) ରେ ଥିବା ପେଜ୍‌କୁ ନିଜର ମତାମତକୁ ଟ୍ୟାଗ୍ କରି ଜଣାଇ ପାରିବେ ବୋଲି ଏହି ସାମାଜିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।