Odiapua.com

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ

କଟକ : ୧୮/୧୦ (ଓଡ଼ିଆ ପୁଅ / ଅଭୟ ଜେନା) କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂପ୍ରତି ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି। ଏହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଆଜି ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁରର ମାଛୁଆତି ବଜାର ନିକଟରେ ଏକ ଘରୋଇ ଫାଇନାନ୍ସ ବ୍ୟାଙ୍କରୁ ୩ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ୨ ଲକ୍ଷ ୯୩ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ ଆଜି ସ୍ପଷ୍ଟ ଦିବାଲୋକରେ କଟକ ଚାନ୍ଦବାଲି ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ଉତ୍କର୍ଷ ଫାଇନାନ୍ସ ବ୍ୟାଙ୍କର କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଏହି ଲୁଟ କରିଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି। ସାଲେପୁର ଥାନା ଅଧିକାରୀ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ବ୍ୟାଙ୍କର ସି ସି ଟି ଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ କରି ଖୁବ ଶୀଘ୍ର ଲୁଟେରା ମାନଙ୍କୁ ଧରାଯିବ ବୋଲି ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ପ୍ରକାଶ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆଶଙ୍କା ସୃଷ୍ଟି କରିଛି।