Odiapua.com

ସ୍ନେହରେ ପାଳିଥିଲା ବାପା, ସାଜିଲା ହତ୍ୟାକାରୀ – ଏବେ ଦେଲା ମୁଖାଗ୍ନି, ଆୟୁଷି ଫେରିଆ …

ନୂଆଦିଲ୍ଲୀ ୨୨-୧୧ (ଓଡ଼ିଆ ପୁଅ) ଆୟୁଷି ଯାଦବ। ୨୧ ବର୍ଷ। ପ୍ରେମ କରୁଥିଲା ଅନ୍ୟ ଜାତିରେ। ବିବାହ ମଧ୍ୟ କରିଥିଲା ମନ୍ଦିରରେ। ମା’ ବାପା ବହୁତ ବୁଝେଇଥିଲେ କିନ୍ତୁ ଆରୁଷି କହୁଥିଲା ମୁଁ ସାବାଳିକା ହେଇସାରିଛି। ମୋର ଜାବନ ଉପରେ ନିଷ୍ପତ୍ତି ନେବା ପାଇଁ ମୁଁ ସକ୍ଷମ। କିନ୍ତୁ ସେ କ’ଣ ଜାଣିଥିଲା କି ଯେଉଁ ବାପା ବହୁ ସ୍ନେହରେ ଲାଳନ ପାଳନ କରିଥିଲେ ସେ ତା’ର ଜୀବନ ନେଇଯିବେ ବୋଲି? ହତ୍ୟା ପରେ ପିତା ନୀତୀଶ ଯାଦବ ବହୁତ ଦୁଃଖିତ। ଆୟୁଷୀର ପୋଷ୍ଟମର୍ଟମ ପରେ ପୋଲିସ ମୃତଦେହକୁ ହେପାଜତକୁ ନେଇଥିଲା। ଏହା ପରେ ଶବକୁ ଲକ୍ଷ୍ମୀନଗରରେ ଶବଦାହ କରାଯାଇଥିଲା। ହତ୍ୟାକାରୀଙ୍କ ପିତା ନୀତୀଶ ଯାଦବ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ଆଖିରୁ ଲୁହର ଦାର ବହିଯାଉଥିଲା। କଥା କହିପାରୁନଥିଲେ ପିତା ନୀତୀଶ। ଯେଉଁ ଝିଅକୁ ସେ ଅତ୍ୟଧିକ ସ୍ନେହରେ ବଢ଼ାଇଥିଲେ, ତାକୁ ହତ୍ୟା କରିବା ପରେ ସେ ମଧ୍ୟ ଗଭୀର ଆଘାତ ପାଇଛନ୍ତି।

ଆୟୁଷୀର ପ୍ରେମ ବିବାହରେ କ୍ରୋଧିତ ହୋଇ ନୀତୀଶ ଯାଦବ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଦୁଇଟି ଗୁଳି ଚଳାଇ ଆୟୁଷିକୁ ହତ୍ୟା କରିଥିଲେ। ଏହି ଘଟଣାରେ ପତ୍ନୀ ବ୍ରଜବାଳା ମଧ୍ୟ ସାଥୀ ଦେଇଥିଲେ। ଏହା ପରେ ଏହି ଦମ୍ପତି ଝିଅର ମୃତଦେହକୁ ନିଜ କାରରେ ଲାଲ ରଙ୍ଗର ଟ୍ରଲି ବ୍ୟାଗରେ ପ୍ୟାକ୍ କରି ନଭେମ୍ବର ୧୭ ବିଳମ୍ବିତ ରାତିରେ ଅର୍ଥାତ ୧୮ ତାରିଖ ସକାଳ ୩ ଟା ସମୟରେ ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥରେ ଯମୁନା ଏକ୍ସପ୍ରେସୱେରେ ସକାଳ ୬.୫୦ ରେ, କୃଷି ଅନୁସନ୍ଧାନ କେନ୍ଦ୍ର ନିକଟ ଏକ ବୁଦା ଭିତରେ ଟ୍ରଲି ବ୍ୟାଗ ପକାଇବା ପରେ ଏକ୍ସପ୍ରେସୱେ ଦେଇ ଫେରିଯାଇଥିଲେ।

ହତ୍ୟାକାରୀ ପିତାଙ୍କୁ ଏବେ ଝିଅର ମୃତ୍ୟୁରେ ବହୁତ ଆଘାତ ଲାଗିଛି। ପିତା କହିଛନ୍ତି ଯେ ସେ ଝିଅକୁ ସମାଜରେ ନିଜର ପ୍ରତିଷ୍ଠା ନଷ୍ଟ ନକରିବାକୁ ବର୍ଷ ବର୍ଷ ଧରି ବୁଝାଇଥିଲେ, କିନ୍ତୁ ଝିଅ ଥିଲା ଜିଦିଆ। ଉତ୍ତର ଦେଉଥିଲା ଯେ, ମୁଁ ବର୍ତ୍ତମାନ ସାବାଳିକା ହୋଇଥିବାରୁ ମୁଁ ନିଜ ନିଷ୍ପତ୍ତି ନିଜେ ନେଇପାରେ। କ୍ରୋଧ ଅନିୟନ୍ତ୍ରିତ ହେବା ପରେ ଆରୁଷିଙ୍କୁ ଗୁଳି କରି ହତ୍ୟା କରିଥିଲେ ପିତା ନୀତୀଶ। ଏହା ପରେ ଆରୁଷିକୁ କୋଳରେ ଧରି ଅନେକ ଘଣ୍ଟା ଧରି କାନ୍ଦିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

ବିସିଏ ଛାତ୍ରୀ ଆରୁଷି ଆଧୁନିକ ସଂସ୍କୃତି ଗ୍ରହଣ କରି ବିବାହ କରିଥିଲେ। ଏଥିରେ ଅଭିଭାବକମାନେ ରାଗି ଯାଇଥିଲେ। ମା’ ମଧ୍ୟ ଚିନ୍ତିତ ଥିଲେ ଏବଂ ବୁଜାଇଥିଲେ କିନ୍ତୁ ଆରୁଷି ରାଜି ହୋଇନଥିଲେ। ବର୍ତ୍ତମାନ ପରିବାରର ଏପରି ଦୃଶ୍ୟ ସମସ୍ତଙ୍କ ସାମ୍ନାରେ। ସାନଭାଇ ଏବେ ଏକାଦଶ ଶ୍ରେଣୀରେ ପଢ଼ୁଛି।

ଆରୁଷିର ମୃତ୍ୟୁ ପରେ ବାପା କହିଥିଲେ ଯେ ଥରେ ଜୀବିତ ହୋଇ ତାଙ୍କୁ ପାପା-ପାପା ବୋଲି କହୁ ବୋଲି। ହେଲେ ସେ ତ ଆରପାରିକୁ ଚାଲିଯାଇଛି।

ମୃତ୍ୟୁର ପ୍ରାୟ ୧୧ ଘଣ୍ଟା ପରେ ସେ ଶବକୁ ଏକ ଟ୍ରଲି ବ୍ୟାଗରେ ପ୍ୟାକ୍ କରି ଚାଲିଲେ ମୃତ ଦେହକୁ କେଉଁଠି ପକାଇବେ ବୋଲି। ଯିବା ସମୟରେ ବିଭିନ୍ନ ସ୍ଥାନରେ କାରକୁ ଅଟକାଇ ମୃତଦେହକୁ କେଉଁଠାରେ ପକାଇବେ ତାହା ସ୍ଥିର କରିପାରିନଥିଲେ। ଦିଲ୍ଲୀ-ଆଗ୍ରା ରାଜପଥରେ ମୃତଦେହକୁ କେଉଁଠାରେ ପକାଇବେ ସେ ନେଇ ସେ ଦ୍ୱନ୍ଦ୍ୱରେ ଥିଲେ। ପରେ ଝିଅର ମୃତଦେହକୁ ଯମୁନା ଏକ୍ସପ୍ରେସୱେ କଡ଼ରେ ଫିଙ୍ଗି ଦେଇଥିଲେ। ମା’ ମଧ୍ୟ ଏହି ହତ୍ୟାକୁ ରୋକି ପାରି ନଥିଲେ। ସେ ପତିଙ୍କର ସାଥୀ ଦେଇଥିଲେ।

ଆୟୁଷୀଙ୍କ ଶେଷ ସଂସ୍କାର ଯମୁନା ତଟରେ ଲକ୍ଷ୍ମୀନଗରରେ କରାଯାଇଛି। ହତ୍ୟାକାରୀଙ୍କ ପିତା ନୀତୀଶ ଯାଦବ ମୁଖ୍ଗ୍ନି ଦେଇଥିଲେ ଏ ସମୟରେ ମା’ ବ୍ରଜବାଲା ମଧ୍ୟ ଉପସ୍ଥିତ ଥିଲେ।