Odiapua.com

ସ୍ନାନଯାତ୍ରା ପାଇଁ ଆଜି ଶ୍ରୀ ମନ୍ଦିର ମଧ୍ୟରେ ଦୈତାପତି ପ୍ରବେଶ କରିବେ

ପୁରୀ, ୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଘୋଷ ଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ଭିତରକୁ ଦୈତାପତି ସେବାୟତ ମାନେ ପ୍ରବେଶ କରିବେ। ସ୍ନାନପୂର୍ଣ୍ଣମୀ ନୀତି କୁ ନଜରରେ ରଖି ଦୈତାପତି ମାନେ ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଆଜି ସଂନ୍ଧ୍ୟା ଧୂପ ଶେଷ ହେବା ପରେ ଦୈତାପତି ମାନେ ମହାପ୍ରଭୁଙ୍କ ବାହୁଟ କଂଟ ଲାଗି କରିବେ। ତେବେ ମହାପ୍ରଭୁଙ୍କ ସେନାପଟ୍ଟା ଲାଗି ଓ ବାହୁଟ କଂଟ ପାଇଁ ଗତକାଲି ରାତିରେ ସାକ୍ଷୀଗୋପାଳ ହାଟ ସାହି ର ଋଷିକେଶ ମହାନ୍ତି ଙ୍କ ବଗିଚାରେ ଥିବା ବଉଳ ଗଛ କୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକୀୟ ସେନାପଟ୍ଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକୀୟ ମାପ ଅନୁଯାୟୀ ଛେଦନ କରାଯାଇଥିଲା। ୬ ଫୁଟଲମ୍ବ ଓ ୩ ଫୁଟ ଗୋଲେଇ ବିଶିଷ୍ଟ ବଉଳ କାଠ କୁ ଏମାର ମଠ ଶଗଡରେ ଲଦାଯାଇ ସେଥିରେ ପାଟ ବସ୍ତ୍ର ଆଛାଦିତ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା। ଗତକାଲି ରାତିରେ ଶ୍ରୀକ୍ଷେତ୍ରରେ ଶଗଡି ପହଂଚିବା ପରେ ବଉଳ କାଠକୁ ଦୋଳବେଦୀ କୋଣରେ ରଖାଯାଇଛି।