Odiapua.com

ସ୍ଥାନୀୟ ନେତା, ବନସୁରକ୍ଷା ସମିତି ଓ ବନ ବିଭାଗ ପକ୍ଷରୁ ସରକାରୀ ଜମିରେ କନ୍ଧ ଆଦିବାସୀମାନେ ଲଗାଇଥିବା ମକା ଫସଲକୁ ନଷ୍ଟ କଲେ

ନବରଙ୍ଗପୁର ୧୪-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ, ବୁର୍ଜା ଗ୍ରାମ ପଞ୍ଚାୟତ ଅନତର୍ଗତ କୋପସାଭଟା ଗ୍ରାମରେ ଶନିବାର ଦିନ ସକାଳ ୧୦:୩୦ ସକାଳ ସମୟରେ ୨୫ ଗୋଟି କନ୍ଧ ଆଦିବାସୀ ପରିବାର ର ଦୀର୍ଘ ୩୫ ବର୍ଷ ର ଦଖଲ ଜଙ୍ଗଲ କିସମ ଚାଷ ଜମି ମଧ୍ୟରୁ ୩୦ ଏକର ମକ୍କା ଫସଲକୁ ବନ ବିଭାଗ ଦ୍ଵାରା ଗଠିତ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ଗ୍ରାମ ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ନେତାଙ୍କ ଦ୍ଵାରା ଗୋରୁ ଖୁଆଇ ନଷ୍ଟ କରିଦିଆଗଲା ଓ କିଛି ବାସଗୃହକୁ ମଧ୍ୟ ନିଆଁ ଲଗାଇ ଜାଳି ଦିଆଯାଇଥିଲା। ଯେଉଁଥିରେ କି ଧାନ, ବହି, ବିଛଣା, ଖଟ, ଛତା, ଚାଉଳ, ଆସବାବ ପତ୍ର ଓ ପାଣି ହାଣ୍ଡି ସବୁ ଜଳି ପଡ଼ି ନଷ୍ଟ ହୋଇଜାଇଛି। ଏହି ଘଟଣା ଘଟିବା ମାସେ ପୂର୍ବରୁ କିଛି ସଥାନୀୟ ନେତା ଓ ଉକ୍ତ vss କମିଟି ପକ୍ଷରୁ ଏହି ଭଳି ଘଟଣା ଘଟାଇବା ନିମନ୍ତେ କପସାଭଟା ଗ୍ରାମବାସୀଙ୍କୁ ଧମକ ଦେଇଥିଲେ ଏବଂ ଉକ୍ତ ଧମକ ପରେ କପସାଭଟା ଗ୍ରାମବାସୀ ନିଜ ଫସଲର ସୁରକ୍ଷା ଓ ନିଜ ସୁରକ୍ଷା ନିମନ୍ତେ ଉମରକୋଟ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଥାନା ଅଧିକାରୀ ମଧ୍ୟ ଉଭୟ ପକ୍ଷକୁ ଥାନାକୁ ଡ଼କାଇ କୌଣସି ପ୍ରକାର ହିଂସା ବା ଗଣ୍ଡଗୋଳ ନକରିବା ସହ କେହି ମଧ୍ୟ କାହାର ଫସଲ ନଷ୍ଟ କରିବ ନାହିଁ ବୋଲି କହି ତାଗିଦ୍ କରି ଛାଡ଼ିଥିଲେ। ଉଭୟ ପକ୍ଷ ଥାନା ଅଧିକାରୀଙ୍କ କଥା ମାନିବୁ କହି ଚାଲି ଯାଇଥିଲେ। କିନ୍ତୁ ଗତକାଲି ହଠାତ୍ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ବନସୁରକ୍ଷା ସମିତି ଏବଂ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ ଉଭୟ ଗ୍ରାମର ପ୍ରାୟ ୨୦୦ ରୁ ୩୦୦ ଜଣ ମହିଳା ପୁରୁଷ ହାତରେ ଟାଙ୍ଗିଆ, ଠେଙ୍ଗା ଧରି ଶହ ଶହ ଗୋରୁ ଆଣି ପ୍ରାୟ ୩୦ ଏକର ମକ୍କା ଫସଲ କୁ ନଷ୍ଟ କରିଥିଲେ ଓ ଗ୍ରାମ ଚାରିପାଖ ଘେରାଉ କରି ଜଗିଥିଲେ। ଯିଏ ଘରୁ ବାହାରକୁ ଆସିବ ତାକୁ ଜୀବନରେ ମାରିଦେବୁ କହି ଗାଁ ଚାରିପାଖ ଘେରି ରହିଥିଲେ। ଏହିଭଳି ଘଟଣା ପ୍ରାୟ ୧୦:୩୦ ଘଣ୍ଟା ଠାରୁ ୧୨:୩୦ ଘଣ୍ଟା ଯାଏ ଚାଲିଥିଲା, ଗ୍ରାମବାସୀଙ୍କ ପକ୍ଷରୁ ୧୦୧ ନମ୍ବର କୁ ଫୋନ୍ କରା ଯିବାରୁ ଉମରକୋଟ ପୋଲିସ ଏବଂ ମିଡ଼ିଆ କର୍ମୀ ଆସି ଗାଁ କୁ ପହଞ୍ଚିଥିଲେ। ବର୍ତ୍ତମାନ ଉକ୍ତ କପସାଭଟା ଗ୍ରାମବାସୀ ବହୁତ ଭୟଭୀତ ଅବସ୍ଥାରେ ରହି ଅଛନ୍ତି ଏହି ଗ୍ରାମ ର ଫସଲ ନଷ୍ଟ କରିବା ପରେ ଉକ୍ତ କମିଟି ନିକଟସ୍ଥ ଗ୍ରାମ ସେମିଲିଗଡରା ଓ ସରିଆଭଟା ଗ୍ରାମର ମକ୍କା ଫସଲ ନଷ୍ଟ କରିବା ନିମନ୍ତେ ଚାଲିଗଲେ ବୋଲି ନିମ୍ନ ଲିଖିତ ଗ୍ରାମବାସୀ ଙ୍କ ଦ୍ଵାରା ଜାଣିବାକୁ ପାଇ ପୁଲିସକୁ ସୂଚନା ଦେଇଥିଲେ।