Odiapua.com

ସ୍ତ୍ରୀ ହତ୍ୟା କଲା ନିଜ ସ୍ୱାମୀକୁ, ପରିବାରର ଗୁରୁତର ଅଭିଯୋଗ

ଟିଟିଲାଗଡ଼ ୨୦-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗ୍ରାମ ନିକଟରେ ଘଣ୍ଟ ବାହାଲି ଗ୍ରାମର ରାଜେନ୍ଦ୍ର ଛାତର ନାମକ ଜଣେ ଯୁବକଙ୍କୁ ହତ୍ୟା କରିଦେଇ ଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ମୃତ ରାଜେନ୍ଦ୍ର ଗତକାଲି କିଛି ଯୁବକଙ୍କ ସହ ଭୋଜି କରିଥିଲେ ଯେଉଁଠି କି ମଦ ବୋତଲ ଓ ବିଭିନ୍ନ ପ୍ରକାର ଜିନିଷ ପୋଲିସ ଉଦ୍ଧାର କରିଛି। ତାଙ୍କ ନିଜ ସ୍ତ୍ରୀ ସହ ବିବାଦ ରହିଥିବା ଓ ସେ ହତ୍ୟା କରେଇବେ ବୋଲି ବାରମ୍ବାର ଧମକ ଦେଇ ଆସୁଥିବା ବେଳେ ସେ ହିଁ ଏହା କରେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ମୃତକଙ୍କ ନିକଟରେ ତାଙ୍କ ଗାଡି ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମାନ ଥିବା ଦେଖାଯାଇଛି। ଏ ନେଇ ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ମହାନ୍ତି ସଦଳବଳେ ଘଟଣା ସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।