Odiapua.com

ସ୍ତ୍ରୀର ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀ କୋର୍ଟ ଚାଲାଣ

ଯାଜପୁର୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପୁଲିସ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଅଭଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରିଛି। ପାଣିକୋଇଲି ଗ୍ରାମର ଭରତ ଯେନାଙ୍କ ଝିଅ ପ୍ରଜ୍ଞାପରାମିତା ୨୦୧୯ ମଇ ୧୨ ତାରିଖ ବୈରୀ ଥାନା ଅନ୍ତର୍ଗତ ପଇଡା ଗ୍ରାମର ଶରତ ଯେନାଙ୍କ ପୁଅ ସନ୍ତୋଷ(୩୧)କୁ ବୈଦିକ ରିତୀନିତୀ ଅନୁୟାୟୀ ବିବାହ କରିଥିଲା। ମାତ୍ର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ତାକୁ ଶାଶୁଘର ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା। ଏନେଇ ପ୍ରଜ୍ଞାପରାମିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୨୧୧/୧୯ରୁଜ୍ଜୁ ସନ୍ତୋଷକୁ ଗିରଫ କରିବା ସହ ଦଫା ୪୯୮(ଏ), ୨୯୪, ୩୨୩, ୫୦୬, ୩୪, ୪ ଡିପି ଆକ୍ଟରେ କୋର୍ଟ ଚାଲାଣ କରିଛି।