Odiapua.com

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ଵାମୀ ଗିରଫ

ନବରଙ୍ଗପୁର ୧୧/୧୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ନାଗଯୋଡି ଗ୍ରାମରେ ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ଵାମୀ ଶ୍ରୀରାମ ଭତ୍ରା (୨୮)କୁ ଗୁରୁବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ନାଗଯୋଡି ଗ୍ରାମର ଶ୍ରୀରାମ ଭତ୍ରା ପ୍ରାୟ ୧୦ ବର୍ଷ ତଳେ ସାନଭେଜା ଗ୍ରାମର ତୁଳସା ଭତ୍ରା (୨୮) ଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରତିଦିନ କଳି ଝଗଡା ଲାଗି ରହୁଥିଲା। ଗତ ୪ ତାରିଖ ଦିନ ସନ୍ଧ୍ୟାରେ ଶ୍ରୀରାମ ମଦ୍ୟପାନ କରି ସ୍ତ୍ରୀ କୁ ମାର ପିଟ କରିଥିଲା। ଫଳରେ ତୁଳସା ବେହୋସ ହୋଇପଡିଥିଲେ। ସ୍ତ୍ରୀ ବେହୋସ ହେବା ଦେଖି ରାତିରେ ଶ୍ରୀରାମ ଏକ ଅଟୋ ଭଡା କରି ସ୍ତ୍ରୀ ତୁଳସା ଙ୍କୁ ନେଇ ତାର ବାପା ଙ୍କ ଘରେ ନେଇ ଛାଡି ଦେଇଥିଲେ। ସେଠାରେ ପରିବାର ଲୋକେ ଝିଅର ଏପରି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲା ମୁଖ୍ୟ ଛିକ୍କିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କ ର ଅବସ୍ଥା ଗୁରୁତ୍ତର ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ୮ ତାରିଖ ବିଳମ୍ବିତ ରାତ୍ରିରେ ତୁଳସାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ୯ ତାରିଖ ଦିନ ମଧ୍ୟାନ୍ନରେ ମୃତକର ଦାଦା ପୁଅ ଭାଇ ବଳରାମ ଭତ୍ରା ଡାବୁଗାଁ ଥାନା ରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ପ୍ରମୋଦ୍ କୁମାର ନାୟକ ଓ ସହ-ଉପ-ନିରିକ୍ଷକ ବିଜୟ କୁମାର ସାହୁ କୋରାପୁଟ ମେଡିକାଲରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ କରାଇ ଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଥାନା କେସ ନଂ ୧୭୩/୨୨ ରେ ଏକ ମାମଲା ରୁଜୁ କରାଯାଇଛି। ଗୁରୁବାର ଡାବୁଗାଁ ଥାନା ପୋଲିସ ହତ୍ୟାକାରୀ ସ୍ଵାମୀ ଶ୍ରୀରାମ ଭତ୍ରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।