Odiapua.com

ସ୍ତ୍ରୀକୁ ହତ୍ୟାଉଦ୍ୟମ କରି ସ୍ୱାମୀ ଆତ୍ମହତ୍ୟା କରୁଥିବା ବେଳେ ପୁଲିସ ଉଦ୍ଧାର କଲେ ,ସ୍ତ୍ରୀ ଗୁରୁତର

ମାଲକାନଗିରି,୮ା୧୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଦୀପାବଳି ଉତ୍ସବରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପାରିବାରିକ ଗଣ୍ଡ ଗୋଳ ଯୋଗୁ ନିଜ ସ୍ତ୍ରୀକୁ ହତ୍ୟାଉଦ୍ୟମ କରି ନିଜେ ଆତ୍ମହତ୍ୟା କରିବାପାଇଁ ଚେଷ୍ଟାକରୁଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକରିଛନ୍ତି । ଜିଲ୍ଲାସଦର ମହକୁମା ଠାରେ ଥିବା  ବନଖଣ୍ଡୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟରେ କିରାଣି କାମକରୁଥିବା ରେକେଶକୁମାର ପଣ୍ଡା(୩୪) ନାମକ ଯୁବକ ବୁଧବାର ଦିନ ସକାଳେ ନିଜ ପତ୍ନୀ ଗୀତାଜଂଳି ପଣ୍ଡା(୨୩)ସହ ଝଗଡା ଲାଗି ତାଙ୍କ ବେକରେ ଫାସିଲଗାଇ ହତ୍ୟା ଉଦ୍ୟମ କରିଥିଲେ । ପାଖ ପଡୋଶି ଏହା ଜାଣିପାରି ପାଟିକରିବାରୁ ନିଜେ ବେକରେ ଏକ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ଦେଖି କିଛି ଲୋକ ମାଲକାନଗିରି ଥାନାକୁ ଫୋନକରିଥିଲେ । ଥାନାରୁ ସବଇନିସପେକ୍ଟର ସୁଶାନ୍ତକୁମାର ଦାଶ,ଏଏସଆଇ  ଭାଗିରଥି ଦଳେଇ ଙ୍କ ସହ ଅନ୍ୟାନ ପୁଲିସ କର୍ମଚାରି ମାନେ ଘଟଣାସ୍ଥଳରେ ପହଁଚିଥିଲେ, ଭିତର ପଟୁ କବାଟ ଦିଆଯାଇଥିବାରୁ ପୁଲିସ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ କୁ ଫୋନକରିବାରୁ ଆସିବାରେ ବିଳମ୍ବ ହେବା ଦେଖି ଆହତ ସ୍ୱାମି ସ୍ତ୍ରୀ ଦୁଇଜଣଙ୍କୁ ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ଓ ବନବିଭାଗୀୟ କର୍ମଚାରି ମାନେ ଅଫିସ ଗାଡିରେ  ମାଲକାନଗରି ଜିଲ୍ଲାହସପିଟାଲକୁ ନେଇ ଚିକିତ୍ସାକରିଥିଲେ । ଗୀତାଜଂଳି କୁ ପ୍ରଥମେ ବିଷପାଆଇ ପରେ ତାର ବେକକୁ ଏକ ରଶିଗଲଗା ଯାଇ ଭିଡାଯାଇଥିବାର ଜଣାପଡିଛି , ତାଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ରାକେଶ ମାଲକାନଗିରି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଏ ସଂପର୍କରେ ଏକ କେସ ରୁଜୁ କରି ତଦନ୍ତ ଚଳାଇଛନ୍ତି ।