Odiapua.com

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା; ଅଭିଯୁକ୍ତ ସ୍ୱାମୀ ଫେରାର

ଲଇକେରା, ୯।୧୨(ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମର ହରିଜନ ପଡାରେ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣୀ ହ୍ୟାକରିଥିବା ପରି ଅଭିଯୋଗ ହୋଇଛି ଲଇକେରା ଥାନାରେ। ସୂଚନା ମତେ ସାଲେଟିକ୍ରା ହରିଜନ ପଡାରେ ବସବାସ କରୁଥିବା ରାଜ ହଂସ ଏବଂ ସ୍ତ୍ରୀ କିଶୋରୀ ହଂସଙ୍କ ମଧ୍ୟରେ ଗୁରୁବାର କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ସ୍ୱାମୀ ରାଜ ନିକଟରେ ପଡିଥିବା ଟାଙ୍ଗିଆ ଏବଂ କୋଦାଳ ସାହାର୍ଯ୍ୟରେ ସ୍ତ୍ରୀର ଗୋଡରେ ଅନେକ ବାର ଚୋଟ ମାରି ମୂମୂର୍ଷୁ ଅବସ୍ଥାରେ ଛାଡି ସେଠାରୁ ଫରାର ହୋଇଯାଇଥିଲା। ସଂଧ୍ୟାରେ ପୁଅ ଘରକୁ ଫେରିବା ପରେ ଗୁରୁତର ଆହତ ଅବସ୍ଥାରେ ଘର କୋଣରେ ମାଁଙ୍କୁ ପଡିଥିବା ଦେଖିବାକୁ ପାଇଥିଲା। ଦୁଇ ପୁଅ ମିଶି ଆହତ ଅବସ୍ଥାରେ ମାଁଙ୍କୁ ଖଟ ଉପରେ ଶୋଇ ଦେଇଥିଲେ। ପରଦିନ ଚିକିତ୍ସାପାଇଁ, ମାତ୍ର ପରଦିନ ସକାଳ ବେଳକୁ ମାଁ ଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଲଇକେରା ପୁଲିସ ଏବଂ ସାଇଂଟିକଫିକ୍ ଟିମ ସହ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଘଟଣାପରେ ଫେରାର ସ୍ୱାମୀ ଅଭିଯୁକ୍ତ ରାଜର ସନ୍ଧାନ ମିଳିପାରିନାହିଁ। ଲଇକେରା ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ଋଜ୍ଜୁ କରାଯିବା ସହ ମାମଲାର ତଦନ୍ତ ଜାରି ରହିଥିବା ବିଷୟର ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରୀପାଠୀ ସୂଚନା ଦେଇଛନ୍ତି।