Odiapua.com

ସ୍କୋର୍ପିଓ ଧକ୍କାରେ ମହିଳା ମୃତ,୪ଘଣ୍ଟା ୨୦ନଂ ଜାତୀୟ ରାଜପଥ ଅବରୋଧ

ଘଟଗାଁ,୩/୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ମେଲାଣ ଛକ ନିକଟରେ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ସ୍କୋର୍ପିଓ ଗାଡି ଧକ୍କାରେ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମେଲାଣ ଗ୍ରାମର ରାଧୀକା ତନ୍ତି ବୋଲିଯଣାପଡିଛି । ସ୍ଥାନୀୟ ଲୋକଙ୍କ ସୁଚନା ଅନୁଯାୟୀ ସକାଳ ୯.୩୦ ସମୟରେ ରାଧିକ ଓ ଗ୍ରାମର ଅନ୍ୟଜଣେ ମହିଳାଙ୍କ ସହ ରାସ୍ତା ପାର ହେଉଥିଲେ ଏହି ସମୟରେ ପଛପଟୁ ଆସୁଥିବା ଏକ ସ୍କୋର୍ପିଓ ଗାଡି ରାଧିକାଙ୍କୁ ଧକ୍କଦେଇଥିଲା ଗୁରୁତର ଅବାସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତା ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟିବା ପରେ ଉତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ୨୦ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହାନ ଅଟକି ରହିଥିଲା । ଖବର ପାଇ ଘଟଗାଁ ପୋଲିସ ଘଟଣା ସ୍ଥଳରେ ପହଚିଁ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା ହେଲେ ଉତ୍ୟକ୍ତ ଲୋକ କ୍ଷତିପୁରଣ ନମିଳିବା ଯାଏ ଅବରୋଧ ହଟିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଶେଷରେ ଘଟଣା ସ୍ଥଳକୁ ଘଟଗାଁ ଏସଡିପିଓ ଏସ ଟପୋ ପହଚିଁ ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେବା ପରେ ଦିର୍ଘ ଚାରିଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ଦୁର୍ଘଟଣା ଘଟଇଥିବା ଗାଡିଟି ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ଏତଲା ରୁଜୁ କରି ତଦନ୍ତ ଚଳାଇଥିଲେ ।