Odiapua.com

ସ୍କୁଲ ବ୍ୟାଗ ନିଜେ ତଦାରଖ କରିବେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨।୮(ଓଡ଼ିଆ ପୁଅ /ପଙ୍କଜି ନାୟକ): ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେ କହିଛନ୍ତି ଯେ, ଏବେ ସେ ନିଜେ ସବୁ ସ୍କୁଲ ବୁଲି ତଦାରଖ କରିବେ। ପ୍ରକୃତରେ ଏହା ପାଳନ କରାଯାଉଛି କି ନାଁ ସେ ତଦାରଖ କରିବେ ବୋଲି ଆଜି ଗଣାମଧ୍ୟମକୁ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ତେବେ ବ୍ୟାଗ ବୋଝ ହ୍ରାସ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମିଳିବା ପରେ। ଏନେଇ ଆଇନ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ପିଲାଙ୍କ ବ୍ୟାଗ ଓଜନ ଚେକ୍ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱା ଗଠନ ହେବ ବୋଲି କୁହାଯାଇଛି।