Odiapua.com

ସ୍କୁଲ ବସକୁ ଅଟକାଇଲେ ମନ୍ତ୍ରୀ

ହାଟଡିହି-୨୩ । ୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) ) ଆନନ୍ଦପୁର ଅଞ୍ଚଳରେ ଥିବା ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ ର ଦୁଇଟି ବସ କ୍ଷମତା ଠାରୁ ଅଧିକ ଛାତ୍ର ନେଇଯାଉଥିବା ବେଳେ ବସ ଦୁଇଟିକୁ ଅଟକ ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଅଟକ ରଖିବା ପରେ ବସ ନିକଟକୁ ଯାଇ ଅଧିକ ଛାତ୍ରଛାତ୍ରୀ ଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନେ କଣ ଲଗେଜେ କି ବୋଲି ଉପସ୍ଥିତ ଶିକ୍ଷୟତ୍ରୀ ଙ୍କୁ ପଚାରିଥିଲେ। ଏନେଇ ସେ ନିକଟସ୍ଥ ପୋଲିସ ଷ୍ଟେସନ କୁ ଖବର ଦେବା ପରେ ଘଷିପୁରା ପୋଲିସ ପହଞ୍ଚି ଦୁଇଟି ଯାକ ବସକୁ ଜବତ କରିଛି। ଜବତ ପରେ ଗାଡିର କାଗଜ ପତ୍ର ମଧ୍ୟ ଯାଞ୍ଚ ଚାଲିଛି। ପୂର୍ବରୁ ଅନେକ ଥର ଏହି ବିଦ୍ୟାଳୟ ର ବସ ବିଷୟରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ ତେଣୁ ମନ୍ତ୍ରୀ ଙ୍କ ଏତାଦୃଶ କାମ କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।