Odiapua.com

ସ୍କୁଲ ଫେରନ୍ତା ୭ମଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ସମ୍ପର୍କୀୟଙ୍କ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍କୁଲରୁ ଫେରୁଥିବାବେଳେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ବାଇକ୍‌ରେ ବସାଇ ଘରେ ଛାଡ଼ିଦେବ ବୋଲିକହି ଏକ ନିଛାଟିଆ ଜାଗାରେ ଟଣାଓଟରା କରିବା ସହିତ ଦୁଷ୍କର୍ମ ଅଭିଯୋଗ ଏହି ଜିଲାର ଧାମନଗର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଧାମନଗର ଥାନା ଅନ୍ତର୍ଗତ କରଦା ପଂଚାୟତର ଜୈନିକା ସପ୍ତମଶ୍ରେଣୀର ଛାତ୍ରୀ ବିଦ୍ୟାଳୟରୁ ଗତକାଲି ଦିନ ଗୋଟାଏବେଳେ ସାଙ୍ଗମାନଙ୍କସହ ଫେରୁଥିବାବେଳେ ଖଡ଼ିପଦା ପଂଚାୟତର କୋରକଦା ଗ୍ରାମର କାଶିନାଥ ପରିଡ଼ାଙ୍କ ପୁଅ ସାଗର ପରିଡ଼ା(୨୦) ଉକ୍ତ ନାବାଳିକା ଛାତ୍ରୀଙ୍କୁ ତୋ ଭାଇକହିଛି ମୁଁ ତୋତେ ନେଇ ଘରେ ଛଡ଼ିଦେବି କହି ନେଇଆସିଥିଲେ । ଏବଂ ଖଡ଼ିପଦା ରାସ୍ତାରେ ସିଦ୍ଧା ନିଛାଟିଆ କନକେଇ ଜଙ୍ଗଲକୁ ନେଇଯାଇଥିଲା । ସେଠାରେ ନାବାଳିକା ଜଣକ ମୋତେ ଏଠାକୁ କାହିଁକି ଆଣିଲୁ ବୋଲି କହି ବିରୋଧ କରିବା ପରେ ସାଗର ତା ମୁହଁକୁ ଧରି ଜଙ୍ଗଲଭିତରକୁ ନେଇ ତଳେପକାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିବାପାଇଁ ଉଦ୍ଦ୍ୟମ କରିଥିଲେ । ଏହି ସମୟରେ ଛାତ୍ରୀର ଚିତ୍କାର ଶୁଣି କେତେକ ଯୁବକ ସେଠାରେ ପହଂଚି ଛାତ୍ରୀକୁ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିଲେ । ଏହି ସମ୍ପର୍କରେ ଛାତ୍ରୀର ବାପା ଧାମନଗର ଥାନାରେ ଅଭିଯୋଗ କରିବାପରେ ଥାନାଅଧିକାର ଶ୍ରୀ ବଲ୍ଲଭ ସାହୁ କେସ ନଂ ୧୪/୨୨ରେ ଏକ ମାମଲା ରୁଜୁକରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଯୁବକଜଣକ ଫେରାର ହୋଇଯାଇଛନ୍ତି । ସୂଚନାଥାଉକି ନାବାଳିକା ଛାତ୍ରୀ ପରିବାର ଓ ସାଗରଙ୍କ ପରିବାର ମଧ୍ୟରେ ପାରିବାରିକ ସମ୍ପର୍କର ସୁଯୋଗନେଇ ସାଗର ଏପରି ଘଟଣା ଘଟାଇଛିବୋଲି ପୋଲିସ ଅନୁମାନ କରିଛି ।