ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପୀରହାଟ ଥାନ ଅଧିନ ପୀରହାଟ ସ୍ଥିତ ଶାନ୍ତି ଶିଳେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନିକଟରେ ହୋଟେଲ ନାମରେ ମଦ ଦୋକାନ ଖୋଲିବାକୁ ନେଇ ମହିଳା ମହାଶକ୍ତି ପକ୍ଷରୁ ବିରୋଧ ପଦର୍ଶନ କରାଯାଇଛି। ଆଜି ଅପରାହ୍ନ ୪ଘଟିକାରେ ସମୟ ରେ ଶତାଧିକ ମହିଳା ଏକତ୍ରିତ ହୋଇ ପ୍ରସ୍ତାବିତ ମଦ ଦୋକାନ ନିକଟରେ ପହଂଚି ଥିବା ବେଳେ ଉକ୍ତ ଦୋକାନ ଭିତରେ ଗଛିତ ଥିବା କେତେକ ମଦ ବୋତଲ ଦେଖି ତାତି ଥିଲେ। ପରେ ଉତ୍ୟକ୍ତ ହୋଇ ଦେକାନ ଗୃହ ଭଙ୍ଗାରୁଜା କରିଥିବା ବେଳେ ଭିତରେ ଗଛିତ ଥିବା ମଦ ବୋତଲ ମଧ୍ୟ ଭାଙ୍ଗି ଥିଲେ। ଦୋକାନ ଆଜବେଷ୍ଟ ଏବଂ ଅନ୍ୟନ୍ୟ ଚେୟାର ଟେବୁଲ ଓ ସିଲିଂ କୁ ମଧ୍ୟ ଭଙ୍ଗା ରୁଜା କରିଥିଲେ। ସ୍କୁଲ ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଏହି ମଦ ଦୋକାନକୁ ମଧ୍ୟ ପୂର୍ବରୁ ବିରୋଧ କରି ୨୦୧୯ ମସିହାରେ ତୀବ୍ର ବିରୋଧ କରିଥିଲେ। ଆଜି ଏହାକୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି। ସ୍କୁଲ ଛୁଟି ପରେ ସେହି ବାଟ ଦେଇ ଅନେକ ସ୍କୁଲ ଛାତ୍ର ଛାତ୍ରୀ ଯିବା ଆସିବା କରୁଥିବା ବେଳେ ମଦ ପାଇଁ କେତେବେଳେ ଅଘଟଣ ନ ଘଟିବ କିଏ କହିପାରିବ। ଚାନ୍ଦବାଲିରେ ଜଣେ ନା ବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରି ହତ୍ୟା କରିଥିବା ବେଳେ ଏବେ ଗାଁ ଗାଁ ରେ ମଦ ପାଇଁ ଅଶାନ୍ତି ବାତାବରଣ ସୃଷ୍ଟି ହେଉଛି। ଅନେକ ଘର ଉଜୁଡି ଯାଉଥିବା ବେଳେ ଅନେକ ସଂସାର ଭାଙ୍ଗି ଯାଉଛି ଯାହାକୁ ନେଇ ମହିଳାମାନେ ତାତିଥିଲେ।