Odiapua.com

ସ୍କୁଲ ଟେଣ୍ଡରକୁ ନେଇ ଉଠିଲା ବିବାଦ

ହାଟଡ଼ିହି,୨୪ / ୭/ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସଡଙ୍ଗା ଗ୍ରାମରେ ଥିବା ସଡଙ୍ଗା ୟୁଜିଏମଇ ସ୍କୁଲ ଟେଣ୍ଡରକୁ ନେଇ ବିବାଦ ଦେଖାଦେଇଛି । ଏନେଇ ସଡଙ୍ଗା ଗ୍ରାମବାସୀମାନେ ହାଟଡିହି ବ୍ଲକର ବିଡିଓ, କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକ, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକର ବଡରମ୍ପାସ ପଞ୍ଚାୟତର ସଡଙ୍ଗା ଓ ସଡଙ୍ଗ ପଞ୍ଚାୟତର ସଡଙ୍ଗ ବୋଲି ଦୁଇଟି ଗ୍ରାମ ରହିଛି । ଇଂରାଜିରେ ଦୁଇଟିଯାକ ଗ୍ରାମର ଉଚ୍ଚାରଣ ପ୍ରାୟତଃ ସମାନ । ସଡଙ୍ଗା ଗ୍ରାମରେ ସଡଙ୍ଗା ୟୁଜିଏମଇ ସ୍କୁଲ ଥିବାବେଳେ ସଡଙ୍ଗ ଗ୍ରାମରେ ୟୁଜିଏମଇ ସ୍କୁଲ ନାହିଁଁ । କିନ୍ତୁ ଚଳିତବର୍ଷ ଓମବାଡସି ଅନୁଦାନରେ କିଛି ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ହୋଇଥିଲା । ଏଥିରେ ସଡଙ୍ଗ ୟୁଜିଏମଇ ସ୍କୁଲ ନାମରେ ଟେଣ୍ଡର ବାହାରିଥିଲା । କିନ୍ତୁ ତାହାକୁ ସଡଙ୍ଗ ପଞ୍ଚାୟତର ବୋଲି ଉଲେଖ କରାଯାଇ ଟେଣ୍ଡର ଡକାଯାଇ ଠିକାଦାର ଚୟନ କରାଯାଇଛି । କିନ୍ତୁ ସଡଙ୍ଗରେ ୟୁଜିଏମଇ ସ୍କୁଲ ନଥିବାବେଳେ କିପରି ଏହି ଟେଣ୍ଡର ଡକାଯାଇ ଆପ୍ରୁଭ କରାଗଲା ସେନେଇ ସଡଙ୍ଗା ଗ୍ରାମର ଲୋକମାନେ ପ୍ରଶ୍ନ କରିଛନ୍ତି । ଟେଣ୍ଡର ଡକାଯାଇଥିବା ଶ୍ରେଣୀଗୃହଟି ବଡରମ୍ପାସ ପଞ୍ଚାୟତର ସଡଙ୍ଗ ୟୁଜିଏମଇ ସ୍କୁଲର କିନ୍ତୁ ଭୁଲ କ୍ରମେ ତାହା ସଡଙ୍ଗ ପଞ୍ଚାୟତ ହୋଇଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିବାସହ ତାହାର ସରଜମିନ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଗ୍ରାମର ଅଚ୍ୟୁତ ପାତ୍ର, ବନିତା ପାତ୍ର, ପୁର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ଜେନା, ହଳଧର ରାଉତ, ରମାକାନ୍ତ ରାଉତ, ନାରାୟଣ ନାୟକ, ପ୍ରମୁଖ ଦାବି କରିଛନ୍ତି ।