Odiapua.com

ସ୍କୁଲ ଛାତ୍ରକୁ ଖାଇଗଲା କୁମ୍ଭୀର – ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଗାଧୋଇବା ବେଳେ ଖାଇଗଲା

ମାଲକାନଗିରି ୨୮-୬ (ଓଡ଼ିଆ ପୁଅ) ଗତ କାଲି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଝୋଲା ଗୁଡା ଅପରେଟ କଲୋନୀ କୈଳାସ ମାଝୀ (୧୦) ଓ ଅଜୟ ଖରା (୯) ନିକଟରେ ଥିବା ଜଳଭଣ୍ଡାର ଲିଙ୍କ ଜଳାଶୟକୁ ଗାଧୋଇବାକୁ ଯାଇଥିଲେ। ତେଵେ ଗାଧୋଇ ଥିବା ସମୟରେ ହଟାତ କୈଳାସ ନିଖୋଜ ହୋଇଯାଇଥିଲେ। ତେଵେ ଏସମ୍ପର୍କ ରେ ପରିବାର ଲୋକ ଖବର ପାଇ ଖୋଜା ଖୋଜି କରିଥିଲେ ଏବଂ କୁମ୍ବୀର ନେଇଯାଇ ଥିବା ଜାଣିବାକୁ ପାଇଥିଲେ। ଆଜି ସକାଳ କୈଳାସର ଗୋଡ଼ ଓ ହାତ ନଥିବା କ୍ଷତ ବ୍ୟକ୍ଷତ ଶବକୁ ନଦୀ ମଧ୍ୟ୍ୟରୁ ଉଦ୍ଧାର କରିଥିଲେ। ପୂର୍ବରୁ ଏଠାରେ କୁମ୍ଭୀର ପାଣି ପିଇବାକୁ ଆସୁଥିବା ଗାଈ ଓ ଛେଳି ଆଦି ପଶୁଙ୍କୁ ଆକ୍ରମଣ କରିଥିବା ବେଳେ ଏହି ଅଞ୍ଚଳରେ କୁମ୍ବୀର ଆତଙ୍କ ଦେଖିବାକୁ ମିଳିଛି। ଆଜି ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାୟ ୩ ଟି କୁମ୍ଭୀର ଏଠାରେ ଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।

ତେବେ ଚିତ୍ରକୁଣ୍ଡା ଥାନା ଅଧିକାରୀ ଯୁଗୋଳ କିଶୋର ଶବର ସେଠାରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।