Odiapua.com

ସ୍କୁଟର ଦୁର୍ଘଟଣାରେ ଆଇନୀବୀଙ୍କ ମୃତ୍ୟୁ

ପୁରୀ୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସନ୍ଧ୍ୟାରେ ପୁରୀ  ଅଠରନଳା ନିକଟରେ ଜଣେ ଆଇନୀବୀ ଘରକୁ ଏକ ସ୍କୁଟରରେ ଫେରୁଥିବା ବେଳେ ରାସ୍ତାରେ ଯାଉଥିବା ଏକ ଦୃତଗାମୀ ଟ୍ରକ ଚଢିଯାଇଛି । ଫଳରେ ଟାଉନ ଥାନା ବିଶ୍ୱନାଥ ବିହାର ନିବାସୀ  ଆଇନଜୀବୀ ପ୍ରଫୁଲ ଚନ୍ଦ୍ର କର(୫୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଆଇନଜୀବୀ କୋର୍ଟ କାମ ସାରି ବିଶ୍ୱନାଥପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ (ଓଆର ୧୩ଜି ୬୬୬୭) ପଛପଟରୁ ପ୍ରଫୁଲ୍ଲଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ସଂପର୍କିତ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇ ଦେଇଛି। ପୁଲିସ  ଉଭୟ ଟ୍ରକ୍ ଏବଂ ବାଇକ୍ ଜବତ କରି ଏକ ମାମଲା ରୁଜୁ କରିଛି।