Odiapua.com

ସ୍କୁଟରରେ ଶ୍ରବଣ କୁମାର: ମା” ଙ୍କୁ କରାଉଛନ୍ତି ଦେଶ ଭ୍ରମଣ!

ନୂଆଦିଲ୍ଲୀ: ଆଜିର ଏ’ କଳି ଯୁଗରେ ଜଣେ ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି।ଯିଏ ଚାକିରୀ ଛାଡ଼ି ୨୦ ବର୍ଷ ପୂରୁଣା ସ୍କୁଟରରେ ନିଜ ମା” ଙ୍କୁ ଭାରତ ଭ୍ରମଣ କରାଇବାରେ ବାହାରିଛନ୍ତି।ନିଜ ମା’ ଙ୍କର ମନର କଥା ବୁଝି ପାରିଥିବା ସେହି ବ୍ୟକ୍ତି ଜଣଙ୍କ ହେଲେ କର୍ଣ୍ଣାଟକ, ମହୀଶୂର ଅଞ୍ଚଳରେ ରହୁଥିବା ଡି. କୃଷ୍ଣ କୁମାର।ପ୍ରାୟ ଚାରି ବର୍ଷ ତଳେ ଡି. କୃଷ୍ଣ କୁମାରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା।ଏହାପରେ ଥରେ ଯେବେ ସେ ତାଙ୍କ ୭୦ ବର୍ଷ ବୟସ୍କ ମା”ଙ୍କୁ ଅନ୍ୟ ସହର ବାବଦରେ ପଚାରୁଥିଲେ, ତାଙ୍କ ମା” କହିଥିଲେ ଯେ ସେ ନିଜ ସହର ବାହାରକୁ କେବେ ଯାଇ ହିଁ ନାହାଁନ୍ତି।ଏହା କୃଷ୍ଣ କୁମାରଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା।ଏବଂ ଏହାପରେ ସେ ନିଜ ମାଆଙ୍କୁ ସାରା ଦେଶ ଭ୍ରମଣ କରାଇବାର ସଂକଳ୍ପ ନେଲେ। ଏହାକୁ ସେ “ମାତୃସେବା ସଂକଳ୍ପ ଯାତ୍ରା” ନାମ ଦେଲେ।ବ୍ୟାଙ୍କରେ ଚାକିରୀ କରୁଥିବା କୃଷ୍ଣ କୁମାର ଚାକିରୀ ଛାଡ଼ି ୨୦ ବର୍ଷ ତଳେ ବାପା ଦେଇଥିବା ସ୍କୁଟରରେ ୭୦ ବର୍ଷର ମା” ଙ୍କୁ ଧରି ଭାରତ ଭ୍ରମଣରେ ବାହାରି ପଡ଼ିଛନ୍ତି।ଆଜିର ଦିନରେ ନିଜର ବୃଦ୍ଧ ବାପା, ମାଆଙ୍କୁ ଅନାଥଶ୍ରମରେ ଛାଡ଼ି ନିଜେ ଅୟାସ ଜୀବନ ବିତାଉଥିବା ପୁଅ ମାନଙ୍କ ପାଇଁ ଏହା ଏକ ଶିକ୍ଷା।

କୃଷ୍ଣ କୁମାରଙ୍କ ମାତୃସେବାକୁ ବୁଝି ପାରିଛନ୍ତି ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଗୃପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା।କୃଷ୍ଣ କୁମାରଙ୍କ ମାତୃ ସେବାରେ ପ୍ରଭାବିତ ହୋଇ ତାଙ୍କୁ ଏକ ମହିନ୍ଦ୍ରା କେୟୁଭି ୧୦୦ ଏନଏକ୍ସଟି କାର ଉପହାର ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।ଆନନ୍ଦ ମହିନ୍ଦ୍ରା କହିଛନ୍ତି, ଏହା କେବଳ ଏକ ମା” ପାଇଁ ଭଲ ପାଇବା ନୁହେଁ, ବରଂ ଏହା ଦେଶ ପାଇଁ ମଧ୍ୟ ଭଲ ପାଇବା।//ଦେବଦତ୍ତ ରଥ