ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓଲଙ୍ଗ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ କାଦମ୍ବରି କର ଶର୍ମା ଙ୍କ ମଂଚ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ମାନସ ମାଝୀ ସ୍ୱାଗତ ପରିଚୟ ଏବଂ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଆଇନ ଅଧିକାରୀ ସୁବ୍ରତ ଦାସ ମୁଖ୍ୟ ବକ୍ତା ତଥା ବିଷୟ ବିଶାରଦ ରୂପେ ଯୋଗଦାନ କରି ସମ୍ପ୍ରତି ସ୍ଥିତିରେ ଲିଙ୍ଗ ଗତ ଭେଦ ଭାବ ଭଳି କୁତ୍ସିତ ମାନସିକତା କୁ ଦୂରୀକରଣ ପାଇଁ କନ୍ୟା ସନ୍ତାନ ହିଁ ପରିବାରରେ ଉଦାହରଣ ସୃଷ୍ଟି କରିବେ ବୋଲି ଅଭିବ୍ୟକ୍ତ କରିଥିଲେ ।ସୃଷ୍ଟି ର ସମ୍ଭାର କନ୍ୟା ସନ୍ତାନ ଜନ୍ମ ହିଁ ସୌଭାଗ୍ୟ ଥିଲେ ପ୍ରାପ୍ତ ହୁଏ ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ଅବଗତ କରିଥିଲେ ।ଲିଙ୍ଗ ଗତ ଭେଦଭାବ ଉପରେ ପ୍ରଦର୍ଶିତ ଏକ ନାଟକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଅଭିନୀତ ହୋଇଥିଲା । ସମସ୍ତ ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷିକା ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବିଦ୍ୟାଳୟ ର ଶିକ୍ଷକ ନାରାୟଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।