Odiapua.com

ସୌଭାଗିନୀ ଚେରିଟେବୁଲ ଟ୍ରଷ୍ଟର ନିଆରା ରକ୍ଷାବନ୍ଧନ ଗଛରେ ରାଖୀ ବାନ୍ଧି ପ୍ରକୃତି-ମାନବ ସମ୍ପର୍କକୁ କଲେ ଉଜ୍ଜୀବିତ

ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ ପର୍ବପର୍ବାଣୀ ଫିକା ପଡ଼ି ଯାଇଥଲେ ବି ଚଳିତ ବର୍ଷ ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ଲୋକେ ଘରେ ଘରେ ରହି ପାଳନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ପରିପ୍ରେକ୍ଷୀରେ ସୌଭାଗିନୀ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପୂର୍ଣ୍ଣ ନିଆରା ଭାବେ ରକ୍ଷାବନ୍ଧନ ପାଳନ କରାଯାଇଥିଲା। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବୃକ୍ଷରେ ରାଖି ବାନ୍ଧି ଟ୍ରଷ୍ଟର କର୍ମକର୍ତ୍ତାମାନେ ମାନବ ସମାଜ ସହ ବୃକ୍ଷର ନିବିଡ଼ ସମ୍ପର୍କକୁ ଉଜ୍ଜୀବିତ କରିଥିଲେ। ଟ୍ରଷ୍ଟର ମୁଖ୍ୟ ଜ୍ୟୋତିର୍ମୟୀ ଶତପଥୀଙ୍କ ନେତୃତ୍ୱରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଶରୀକା କର, ନିର୍ଲିପ୍ତା କର, ନିତ୍ୟାନନ୍ଦ ପ୍ରଧାନ, ଅବନୀ କୁମାର ଜେନା, ଦେବୀ ପ୍ରସାଦ ଶତପଥୀଳ ସୁବ୍ରମର୍ଣ୍ଣ୍ୟମ କର, ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ୫୦ରୁ ଊର୍ଦ୍ଧ୍ୱ ଗଛରେ ରାକ୍ଷୀ ବାନ୍ଧିଥିଲେ। ମାନବ ଜୀବନର ପ୍ରତିଟି କ୍ଷେତ୍ରରେ ବୃକ୍ଷର ଆବଶ୍ୟକତା ଥିବା ବେଳେ ଏହାର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ସୌଭାଗିନୀ ଟ୍ରଷ୍ଟର ମୁଖ୍ୟ ଜ୍ୟୋତିର୍ମୟୀ ଶତପଥୀ ପ୍ରକାଶ କରିଥିଲେ। ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।