Odiapua.com

ସୋସୋ କାନପୁର ଶିଶୁମନ୍ଦିରର ବାର୍ଷିକ ଉତ୍ସବ, ପିଲାମାନଙ୍କର ଆଦ୍ୟ ଗୁରୁ ମାଙ୍କ ଦାୟିତ୍ୱ ମହତ୍ୱପୂର୍ଣ୍ଣ-ଆଲୋକ କୁମାର ସେଠୀ

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଟଡିହି ବ୍ଲକ ସୋସୋ ପଚାଂୟତ ସୋସୋ କାନପୁର ଶିଶୁ ବିଦ୍ୟାମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏ ନେଇ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ ତାଙ୍କ ବକ୍ତବ୍ୟରେ ମା ମାନେ ଶିଶୁ ମାନଙ୍କ ଆଦ୍ୟ ଗୁରୁ ହୋଇଥିବା ବେଳେ ପରବର୍ତୀ ସମୟରେ ଗୁରୁଜୀ ଗୁରୁମା ମାନେ ଅନୁଶାସନ ଓ ଶୃଙ୍ଖଳା ରଖି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସହ ସଂସ୍କାରିତ କରିପାରିଲେ ଅନୁଷ୍ଠାନର ଉତୋରତର ଉନ୍ନତୀ ଘଟି ପାରିବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦୁଝର ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର କହିଲେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସମେତ ନୈତିକ, ଅଧ୍ୟାତ୍ମିକ, ଶାରିରୀକ,ଯୋଗ, ପ୍ରାଣାୟମ ଆଦି ପୂର୍ଣ୍ଣାଙ୍ଗ ଶିକ୍ଷା ଦିଆଯାଇ ଉତମ ଚରିତ୍ରବାନ ବ୍ୟକ୍ତି ଗଠନରେ ପ୍ରେରିତ କରିଥାନ୍ତି ବୋଲି କହିଥିଲେ । ବିଦ୍ୟାମନ୍ଦିରର ସଭାପତି ବିଶିଷ୍ଟ ସମାଜସେବୀ ଅଶୋକ କୁମାର ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଓଡିଶା ରାମକୃଷ୍ଣ ମିଶନ ଅଧ୍ୟକ୍ଷ ସନ୍ଥ ଆଶ୍ରୟାନନ୍ଦ ସରସ୍ୱତୀ ତାଙ୍କ ବକ୍ତବ୍ୟରେ ମଣିଷ ଭିତରେ ଦେବତ୍ୱର ପରିପ୍ରକାଶ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ପ୍ରତ୍ୟେକ ପିତା ମାତା ଚେଷ୍ଟିତ ହେବା ଦରକାର । ପ୍ରତ୍ୟେକ ସନ୍ତାନ ସନ୍ତତି ଭାରତ ବର୍ଷର ଜଣେ ଜଣେ ସୁ ନାଗରିକ ହେବା ପାଇଁ ନିଜ ଜୀବନକୁ ବାଲ୍ୟ କାଳରୁ ସଂସ୍କାରିତ କରିବାକୁ ହେବ, ସେଥିପାଇଁ ଭାରତର ସନାତନ ସଂସ୍କୃତିକୁ ଅଗ୍ରାଧିକାର ଭିତିରେ ପିଲାମାନଙ୍କ ମସ୍ତିଷ୍କରେ ଭରିବାକୁ ପଡିବ ଯାହା ଶିଶୁ ମନ୍ଦିରରେ ଶିକ୍ଷା ଦିଆଯାଏ । ହଦଗଡ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଅଧିର କୁମାର ନାୟକ,ପୂର୍ବତନ ସରପଚଂ ବୈଲୋଚନ ନାୟକ,ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ ଅତିଥି ଭାବେ ଯୋଗ ଦେଇ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମଲ୍ଲିକ ବାର୍ଷିକ ବିବରଣୀ ପାଠ, ସମ୍ପାଦକ ଅଶୋକ କୁମାର ଦାଶ ସ୍ୱାଗତ ଭାଷଣ ଅଭିଭାଷଣ ରଖିଥିବା ବେଳେ ଗୁରୁଜୀ ଜଗନ୍ନାଥ ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ସେଣ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜୀ ଗୁରୁମା ସହ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ଆଇଚ,ଆଚାର୍ଯ୍ୟ ପ୍ରତିନିଧି ଜଗଦ୍ଧାତ୍ରୀ କର, ଚିନ୍ତାମଣି ରଥ, ମନୋରଞ୍ଜନ ବିଶ୍ୱାଳ, ଘନଶ୍ୟାମ ଦାଶ, ଜୟନ୍ତି ପାଣିଗ୍ରାହୀ, ଲୋପାମୁଦ୍ରା ନାୟକ, ଚିନ୍ମୟୀ ରାଉତ, ପ୍ରଭାକର ମଣ୍ଡଳ, ମନିକା ଦାଶ, ବିନ୍ଦୁରେଖା ରଣା, ଭାରତୀ ସେଠୀ, ଶ୍ରୀମନ୍ତ କୁମାର ରାଉତ,ଦିଗଦର୍ଶନୀ ରାଉତ, ରୀତାରାଣୀ ବେହେରା,ପ୍ରୀତିସୁଦ୍ଧା ନାୟକ,ମଧୁସ୍ମିତା ସାହୁ, ଗୀତିସ୍ମିତା ମହାପାତ୍ର, ତ୍ରିଲୋଚନ ରାଉତ,ସୁଜାତା ଧଳ, କର୍ମଚାରୀ ରଞ୍ଜିତ ମଢେଇ, ଦ୍ରୌପଦୀ ମଢେଇ, ପ୍ରୀତମ କୁମାର ବେହେରା, ସୁଲତାନା ଖାତୁନ, ପୁନମ ସିଂ ପ୍ରମୁଖ ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ କୁନିକୁନି ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।