Odiapua.com

ସୋସୋରେ ୪ର୍ଥ ବାର୍ଷିକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ହାତଡ଼ିହି-୪/୧/ (ଓଡ଼ିଆପୁଅ / ବିକାଶ ବିଶ୍ୱାଳ) ଗାନ୍ଧୀ ଯୁବକ ସଂଘ, ସୋସୋ ତରଫରୁ ଆୟୋଜିତ ୪ର୍ଥ ଟେନିସ୍ ବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଦେଶକ ବିନୋଦ ରାଉତ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଙ୍କ ସହିତ ବିବେକାନନ୍ଦ ଯୁବ ସଂଘ ର ସଭାପତି ଶ୍ରୀମନ୍ତ କୁମାର ରାଉତ, ଗାନ୍ଧୀ ଯୁବକ ସଂଘ ର କୋଚ୍ ନୟନ କୁମାର ରାଉତ ଯୋଗଦେଇଥିଲେ। ଉଦଘାଟନ ମ୍ୟାଚ ଆଗରପଡା କ୍ଲବ ଓ ଜି. ଓଇ. ସି. ସୋସୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳକୁ ଗାନ୍ଧୀ ଯୁବକ ସଂଘ ର ସଦସ୍ୟ ନିରୋଦ ରାଉତ, ସତ୍ୟଜିତ୍ ମାଝୀ, ଚିକୁ ବଳ, କୈଳାସ ପତି, ସିଂପୁଲ, ସତ୍ୟ, ପ୍ରଜ୍ଞା, ଦେବ, ମନୁଆ, ବାପି, ବିଶୁଆ, ରୁଦ୍ର, ସଫିକ, ପପୁ, ଅଶୋକ, ସିପୁନ, ଅଭି, ଟୁନା, ବବୁଲ୍, ବୁଲୁ, ପଟେଲ, ରାଜା, ଚାନ୍ଦୁ ପ୍ରମୁଖ ପରିଚାଳନା କରୁଛନ୍ତି।