Odiapua.com

ସୋଲାର ତାର ଝଟକାରେ ଆଖି ବୁଜିଲେ ମହିଳା

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ସିନ୍ଦୋଳ ପଂଚାୟତ ଅଧୀନ ନୂଆସାହି ଗ୍ରାମର ପଞ୍ଚାନନ ଦାସଙ୍କ ପତ୍ନୀ ଶୈଳ ଦାସ ( ୪୨)ନାମ୍ନୀ ଜଣେ ମହିଳାଙ୍କର ଶୁକ୍ରବାର ଅପରାହ୍ନରେ ସୋଲାର ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ନୂଆସାହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ କ୍ଷେତରେ ପନିପରିବା ଚାଷ କରିଛନ୍ତି । ଫସଲ ସୁରକ୍ଷିତ ରଖିବାକୁ ସେ କ୍ଷେତ ଚାରିପଟେ ସୋଲାର ତାର ଘେରାଇଛନ୍ତି । ତେବେ ଶୈଳ ସେଠାରେ ଘାସ କାଟୁଥିବା ବେଳେ ସୋଲାର ତାର ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇଥିଲେ ଏବଂ ପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ସନ୍ଧ୍ୟାବେଳେ ତାଙ୍କ ମୃତ୍ୟୁ ସମ୍ପର୍କରେ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ପରେ ଶୈଳଙ୍କ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଶନିବାର ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।