Odiapua.com

ସୋରଡ଼ା ବନାଞ୍ଚଳରୁ ପଠାଗଲା ଶ୍ରୀଜୀଉଙ୍କ ରଥକାଠ

କୋଦଳା : ୦୨/୦୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଘୋଷଜାତ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇ ସାରିଲାଣି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ପୁରୀରେ ପହଞ୍ଚିବାରେ ଲାଗିଛି ରଥକାଠ। ସରସ୍ୱତୀ ପୂଜାରେ ରଥକାଠ ପୂଜାନୀତି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ଏବେ ପୁରୀକୁ ରଥକାଠ ପହଞ୍ଚୁଛି। ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବନାଞ୍ଚଳ ଅନ୍ତର୍ଗତ ଗାଜଲବାଡ଼ି ଦକ୍ଷିଣ ସେକ୍ସନ୍ ରୁ ରଥକାଠ ପୁରୀ ଶ୍ରୀମନ୍ଦିର କୁ ପଠାଯାଇଛି। ସୋମବାର ଏହି ରଥ କାଠ ଟ୍ରକ ଯୋଗେ ଯିବା ବେଳେ ସୋରଡାର ବିଭିନ୍ନ ଜାଗାରେ ରଥକାଠକୁ ଲୋକମାନେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଘଣ୍ଟ ଘଣ୍ଟା, ଝାଞ୍ଜ ବଜାଇ ପୂଜାର୍ଚ୍ଚନା କରି ରଥକାଠ ଗାଡିକୁ ବିଦାୟ ଦେଇଛନ୍ତି ଅଞ୍ଚଳର ଲୋକେ।

ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।