Odiapua.com

ସୋମା ରାୟ ବର୍ମନ ୨୪ ତମ ନିୟନ୍ତ୍ରକ ମହାଲେଖାକାର ନିଯୁକ୍ତ

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ୧୯୮୬-ବ୍ୟାଚର ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ (ICAS) ସୋମା ରାୟ ବର୍ମନ ଆଜି ନୂଆ ନିୟନ୍ତ୍ରକ ମହାଲେଖାକାର ଭାବେ ଦାୟୀତ୍ତ୍ୱ ନେଇଛନ୍ତି। ସେ ଏହି ପଦରେ ଅଧିଷ୍ଠିତ ୨୪ ତମ ନିୟନ୍ତ୍ରକ ମହାଲେଖାକାର ଏବଂ ସପ୍ତମ ମହିଳା ଅଟନ୍ତି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମା ରାୟ ବର୍ମନ ତାଙ୍କର ୩୩ ବର୍ଷର ଚାକିରୀ ମଧ୍ୟରେ ଗୃହ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ଜାହାଜ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପରି ମନ୍ତ୍ରଣାଳୟରେ ଗୁରୁ ଦାୟୀତ୍ତ୍ୱ ବହନ କରି କାର୍ଯ୍ୟଭାର ତୁଲାଇଛନ୍ତି।