Odiapua.com

ସୋନିଆ ଓ ରାହୁଲଙ୍କୁ ଇଡି ଜୁଲମ ବରଦାସ୍ତ କରାଯିବ ନାହିଁ, ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ କଂଗ୍ରେସର ସତ୍ୟାଗ୍ରହ

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କେନ୍ଦ୍ରରେ ନେରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ନିଜର ଦୋଷ ଦୁର୍ବଳତାକୁ ସାଧାରଣ ଲୋକଙ୍କ ନଜର ଆଢ଼ୁଆଳରେ ରଖିବାକୁ କେନ୍ଦ୍ର ସରକାରଙ୍କ ପରିଚାଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇ.ଡି.କୁ ମୋହରା କରିଛନ୍ତି। କିନ୍ତୁ କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧୀ ଓ ଭାରତର ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଏହି ଧମକକୁ ଖାତିର କରି ନାହାନ୍ତି। ତେଣୁ ଉଭୟ କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧୀ ନିତୀ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। କୌଣସି ଭିତ୍ତିଭୂମୀ ନଥାଇ ରାହୁଲ ଓ ସୋନିଆଜୀଙ୍କୁ ଇ.ଡି. ଜେରାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଅବସରରେ ଜିଲ୍ଲା ସଭାପତି ସୁବ୍ରତ ଦାସ ଗଣମାଧ୍ୟମକୁ କହିଛନ୍ତି। ଏହାବ୍ୟତୀତ କେନ୍ଦ୍ରର ଜଣେ ବରିଷ୍ଠ ମନ୍ତ୍ରୀ ସ୍ମୃତିରାନୀ ତାଙ୍କ କଲେଜ ପଢ଼ୁଆ ଝିଅ ଜରିଆରେ ଜଣେ ମୃତ ବ୍ୟକ୍ତି ନାମରେ ମଦ ବାର ଚଳାଇବା କେଉଁ ପ୍ରକାରର ନୈତିକତା ଓ ମୋଦି ସରକାର ଏ ଦିଗରେ ନୀରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେଯେ ଇଡି ଓ ସିବିଆଇକୁ ଯେତେ ବ୍ୟବହାର କଲେବି ରାହୁଲ ଗାନ୍ଧି ଓ ସୋନିଆଜୀ କେବେ ମୁଖ୍ୟ ପ୍ରସଙ୍ଗରୁ ଓହରିବେ ନାହିଁ। ସେମାନେ ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି “ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ କାର୍ହିକି(?), ଗ୍ୟାସ ଦର ୧ହଜାର ୫୭ କାହିଁକି(?), ସୈନ୍ୟବାହିନୀରେ ଠିକା ଅଗ୍ନିପଥ ନିଯୁକ୍ତିି କାହିଁକି(?), ସୀମା ଆଜି ଅସୁରକ୍ଷିତ କାହିଁକି(?), ନିଜ ଦଳର ଯୌନ ପିପାସୁ ନେତା ମନ୍ତ୍ରୀମାନଙ୍କ କବଳରୁ ମହିଳା କେବେ ସୁରକ୍ଷିତ ହେବେ”। ଏ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ଇ.ଡି. ଓ ସିବିଆଇକୁ ମୋହରା କରିଛନ୍ତି ମୋଦି ସରକାର। ଏହି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ରେ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି, ବାସୁଦେବପୁର ବିଧାନସଭାସ୍ତରୀୟ ନେତା ଅଶୋକ କୁମାର ଦାସ, ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ, କୃଷକ ନେତା ନରନାରାୟଣ ଜେନା, ବରିଷ୍ଠ ନେତା ଗୋଲକ ବେହେରା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ଚାନ୍ଦ, ଭଣ୍ଡାରିପୋଖରୀ ବ୍ଲକ ସଭାପତି ବାବୁନି ଚାନ୍ଦ, ବନ୍ତବ୍ଲକ ସଭାପତି ରାଜୁ ସ୍ୱାଇଁ, ତିହିଡି ବ୍ଲକ ସଭାପତି ସରୋଜ ଦାସ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର, ସୁବ୍ରତ ବେହୁରା, ଜିଲ୍ଲା ଛାତ୍ର ସଭାପତି ସେକ୍ ସାହିଦ କାଦରି, ଜିଲ୍ଲା ମୁଖପାତ୍ର ଭବେନ୍ଦ୍ର ସାହୁ, ବୈଲୋଚନ ପଣ୍ଡା, ଗଣେଶ ମଲ୍ଲିକ, ରାଜନ୍ ଲାହା, ଅର୍ସଫ ଅଲ୍ଲୀ ଖାନ, ପିତବାସ ଧଳ, ବିଜୟ ଶଙ୍କର ମହାନ୍ତି, ରାଜକିଶୋର ପଣ୍ଡା, ବିଜୟ ବାରିକ, ରଂଜନ ଜେନା, ଏନାମୁଲ ହକ୍‌, ଜାହିଦ ସାହା, ଲକ୍ଷ୍ମୀଧର ସାହୁ, ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।