Odiapua.com

ସେ ନୂଆ ଭାରତର କେନ୍ଦ୍ରବିନ୍ଦୁ, ସେ ଗରୀବର ସୁଖ ଦୁଃଖର ବନ୍ଧୁ…ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହିତ ବିଜେପି

ଭୁବନେଶ୍ୱର (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।କଟକ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆରେ ଉଦବୋଧନ ଦେବେ ନରେନ୍ଦ୍ର ମୋଦୀ। ସରକାରଙ୍କର ୪ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କର ଉପଲବ୍ଧି ଗୁଡିକୁ ଦେଶବାସୀଙ୍କ ଆଗରେ ରଖିବେ ମୋଦୀ। ତାହା ପୁଣି ଓଡ଼ିଶାର କଟକ ବାଲିଯାତ୍ରା ପଡ଼ିଆରୁ।

ଏହାକୁ ନେଇ ରାଜ୍ୟ ବିଜେପିରେ ପ୍ରବଳ ଉତ୍ସାହ ଦେଖାଦେଇଛି। ରାଜ୍ୟର କୋଣ ଅନୁକୋଣରୁ କଟକ ଆସିବା ପାଇଁ ପ୍ରସ୍ତୁତ ହୋଇ ଗଲେଣି କାର୍ଯ୍ୟକର୍ତ୍ତା। ଏଥିପାଇଁ ବିଭିର୍ଣ୍ଣ ସ୍ଥାନରେ ପ୍ରସ୍ତୁତି ବୈଠକ ଚାଲିଛି। ଲିଫଲେଟ ବଣ୍ଟା ଚାଲିଛି। ସୋସିଆଲ ମିଡିଆର ଭରପୁର ଉପଯୋଗ କରାଯାଉଛି। ମୋଦୀଙ୍କ ଗସ୍ତକୁ ନେଇ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଯାହା କି ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଓଡ଼ିଶାର ସଂସ୍କୃତି,ପରମ୍ପରା ସହ ମୋଦୀଙ୍କୁ ଯୋଡ଼ା ଯାଇଛି।ସେଥିରେ ମୋଦୀ ନୂଆ ଭାରତର କେନ୍ଦ୍ରବିନ୍ଦୁ,,ସେ ଗରୀବର ସୁଖ ଦୁଃଖର ବନ୍ଧୁ…ପରି ଗୀତ ରହିଛି।