Odiapua.com

ସେସୁ (କାଜି ବଜାର)ର ଅଘୋଷିତ ବିଦ୍ୟୁତକାଟ ଓ ଦାୟିତ୍ୱହୀନତା ଯୋଗୁଁ ମହିଦାସ ବଜାରର ବାସିନ୍ଦା ହନ୍ତସନ୍ତ

କଟକ ୩୦.୭ (ଓଡ଼ିଆ ପୁଅ) ସ୍ଥାନୀୟ ମହିଦାସ ବଜାର ବାସିନ୍ଦା ଓ ଆଖପାଖ ଅଂଚଳରଞ୍ଚ ଉପଭୋକ୍ତା ଦୀର୍ଘଦିନ ଧରି ପ୍ରତ୍ୟେକ ଦିନ ଅଘୋଷିତ ବିଦ୍ୟୁତକାଟ ଯୋଗୁଁ ହନ୍ତସ୍ତନ୍ତ ହେଉଛନ୍ତି। ଉପଭୋକ୍ତାଙ୍କ ତରଫରୁ ସ୍ଥାନୀୟ ସେସୁର ଦାୟିତ୍ୱରେ ଥିବା ବାବୁଙ୍କର ଦୃଷ୍ଟିଗୋଚର କଲାପରେ ମଧ୍ୟ କୌଣସି ପରିବର୍ତ୍ତନ ହେବା ତ ଦୂରର କଥା ମିଥ୍ୟା ପ୍ରତିଶ୍ରୃତି ଦେଇ ଚୁପ୍ ଚାପ ବସି ରହୁଛନ୍ତି। ବର୍ତମାନର ଜେଇଙ୍କ ପୂର୍ବରୁ ଏପରି ବିଦ୍ୟୁତ କାଟ ହେଉଥିଲା କିନ୍ତୁ ସେତେବେଳର ଜେଇଙ୍କ ପାଖରୁ ଉତର ଥିଲା ଅଧିକ ଲୋଡ଼ ଯୋଗୁଁ ଏପରି ଅସୁବିଧା ହେଉଛି। ସେଥିପାଇଁ ସାହିବାସିନ୍ଦାଙ୍କ ଉଦ୍ୟମ ଯୋଗୁଁ ନୂତନ ଟ୍ରନ୍ସଫର୍ମର ବସାଗଲା। କିନ୍ତୁ ପରବର୍ତ୍ତୀ ସମୟରେ କିଛି ପରିବର୍ତ୍ତନ ନହେବାରୁ ସାହି ତରଫରୁ ଏସ.ଡ଼ି.ଓଙ୍କୁ ଅଂଚଳର ଅସୁବିଧା ସମ୍ବନ୍ଧରେ ଜଣାଇଲା ପରେ କିଛି ଉଚ୍ଚପଦସ୍ଥ ଅଫିସର ଆସି ଆମ ଅଂଚଳ ପରିଦର୍ଶନ କରି ଦେଖିଲେ ବର୍ତମାନର ଲୋଡ଼ ଅନୁସାରେ ଆଉ ଗୋଟିଏ ଟ୍ରାନ୍ସଫର୍ମର ଆବଶ୍ୟକ ରହିଛି। ଏଥିପାଇଁ ସାହି ତରଫରୁ ବସିବା ଯାଗାଟିଏ ସ୍ଥିର କଲେ ଆମ୍ଭେ ଉକ୍ତ ଯାଗାଟିରେ ଟ୍ରାନ୍ସଫର୍ମର ବସେଇ ଦେଲେ ଏ ଅଂଚଳର ଦୁଃଖ ସବୁଦିନ ପାଇଁ ଚାଲିଯିବ। ସେଥିପାଇଁ ସାହିର ବ୍ୟକ୍ତି ବିଶେଷଙ୍କ ପ୍ରଚେଷ୍ଟାରେ ଗୋଟିଏ ଯାଗା ସ୍ଥିର କରିବା ପରେ ସେସୁଙ୍କ ତରଫରୁ ନୂତନ ଟ୍ରାନ୍ସଫର୍ମର ଆଜିକୁ ପ୍ରାୟ ଦୁଇବର୍ଷ ହେବ ବସା ଯାଇଛି। କିନ୍ତୁ ବଡ଼ ଦୁଃଖର ବିଷୟ ଏପର୍ଯ୍ୟନ୍ତ ଉକ୍ତ ଟ୍ରାନ୍ସଫର୍ମରଟିରେ ବିଦ୍ୟୁତ ସଂଯୋଗ ହୋଇପାରିନି। ସାହି ଭିତରେ ଦୁଇଟି ଖୁଂଟ ସମ୍ପୂର୍ଣ୍ଣ ବିପଦ ଅବସ୍ଥାରେ ରହିଛି। କେତେବେଳେ କ’ଣ ହେବ, ସେଥିପାଇଁ ସ୍ଥାନୀୟ ଅଫିସରେ ଅଭିଯୋଗ କଲାପରେ କୌଣସି ପଦକ୍ଷେପ ନିଆଯାଉନାହିଁ। ସେଥିପାଇଁ ସାହି ତରଫରୁ ସୁଦୀପ୍ତ ସ୍ୱାଇଁ (ମହାନଗର ଶାନ୍ତି କମିଟି ସଭ୍ୟ), କିଶୋରଚନ୍ଦ୍ର ସେଠୀ (ପୂର୍ବତନ ସମ୍ପାଦକ), ପ୍ରଦୀପକୂୁମାର ସେଠୀ (ସମାଜସେବୀ), ପ୍ରମୋଦ ଜୀ(କ୍ଲବ ସମ୍ପାଦକ), ଚିତରଞ୍ଜନ ସେଠୀ (କ୍ଲବ ସଭାପତି), ଗଙ୍ଗାଧର ସେଠୀ (ସମାଜସେବୀ), ଜୀତେନ୍ଦ୍ର ଜୀ ଓ ଦୀପକକୁମାର ସେଠୀ ପ୍ରମୁଖ ନିଷ୍ପତି କରିଛନ୍ତି, ଅଘୋଷିତ ବିଦ୍ୟୁତ କାଟ, ନୂତନ ଟ୍ରାନ୍ସଫର୍ମରରେ ବିଦ୍ୟୁତ ସଂଯୋଗ ଓ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କ ଦୃଷ୍ଟିଗୋଚର କରାଯିବା ପାଇଁ ସ୍ଥିର ହୋଇଛି, ସେଥିରେ କିଛି ପ୍ରତିକାର ନ ମିଳିଲେ ଶେଷରେ ଆଇନ୍ର ଆଶ୍ରୟ ନେବାପାଇଁ ବାଧ୍ୟ ହେବୁ ବୋଲି କହିଛନ୍ତି।