ବାଲେଶ୍ୱର, ୨୫-୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ମୁକାବିଲା ପାଇଁ କଣ୍ଟାବଣିଆର ‘ସେଲଫି ଫାଉଣ୍ଡେସନ’ ପକ୍ଷରୁ ଅରଡ଼ବଜାର ଅଞ୍ଚଳର ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରାଯାଇଛି। ସଭାପତି ଶେକ୍ ସାହାରୁକ୍, ସମ୍ପାଦକଙ୍କ ଶେଖ୍ ଜାଫରଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଅରଡ଼ବଜାର ଅଞ୍ଚଳରେ କରୋନା ସଚେତନତା ସୃଷ୍ଟି ସହ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ। ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେମାନେ ମାସ୍କ ବଣ୍ଟନ କରିଥିଲେ। ଶେଖ୍ ସର୍ଫରାଜୁଦ୍ଦିନ୍, ଶେଖ୍ ଅସଲମ, ଶେଖ ଇସଲାମ, ଶେଖ୍ ନଜିମ, ଶେଖ୍ ଗୁଲାମ, ସାକିରୁଦ୍ଦିନ୍ ଖାନ୍, ରାଜେଶ କୁମାର ପ୍ରଧାନ, ଲୋଚନ ଦାସ, ଶେକ୍ ଜଲ୍ଲାଉଦ୍ଦିନ୍, ମହମ୍ମଦ ଅତାବର, ଶେକ୍ ଅଜିମ୍ ପ୍ରମୁଖଙ୍କ ସମେତ ସଂଗଠନର ବହୁ ସଦସ୍ୟ ଏହି ମାସ୍କ ବଣ୍ଟନ କାର୍ଯ୍ୟକୁ ପରିଚାଳନା କରିଥିଲେ। ସଂଗଠନର ଏହି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।