ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ରଘୁନାଥପୁର କ୍ରିକେଟ ପଡ଼ିଆରେ ରଘୁନାଥପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅଦୈତ୍ୟ ମେମୋରିଆଲ ୧୯ତମ ଗୋପୀନାଥ ଚାଲେଞ୍ଜ ଟ୍ରଫି କ୍ୱାଟର ଫାଇନାଲ ହୋଇଯାଇଛି। ତୃତୀୟ କ୍ୱାଟର ରାମେଶ୍ୱର ସ୍ପୋର୍ଟିଙ୍ଗ ଭୁବନେଶ୍ୱର ଓ ୟୁନିକ ଇଲେଭେନ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାମେଶ୍ୱର ସ୍ପୋର୍ଟିଙ୍ଗ ଟସ ଜିତି ବ୍ୟାଟିଂ ନେଇ ନିର୍ଦ୍ଧାରିତ ୧୮ଓଭର ରେ ୮ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା, ଦଳ ପକ୍ଷରୁ ସାରାଂଶ କୁମାର ୧୯ବଲ ରେ ୬୫ ଓ ଏମ ଜି ଗୋପାଇ ୨୨ ବଲ ରେ ୫୦ ରନ ସଂଗ୍ରହ କରିଥିଲେ। ଭଦ୍ରକ ପକ୍ଷରୁ ୩ଓଭର ରେ ୨୭ ରନ ଦେଇ ୨ଉଇକେଟ ଅକ୍ତିଆର କରିଥିଲେ। ୧୯୧ ରନ ର ପିଛା କରି ଭଦ୍ରକ ୧୫. ୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୮ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବିଶ୍ୱ ମୁଦୁଲି ୩୨ ବଲରେ ୪୮ ରନ ସଂଗ୍ରହ କରିଥିଲେ। ଭୁବନେଶ୍ୱର ପକ୍ଷରୁ ବାବୁଶାନ ମାଝୀ ୪ ଓଭର ରେ ୩୫ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ସାରାଂଶ କୁମାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ଦ୍ୱିତୀୟର୍ଦ୍ଧରେ ଚତୁର୍ଥ କ୍ୱାଟର ଫାଇନାଲ ଆଜାଦ କ୍ରିକେଟ କ୍ଳବ ଗଜପତି ଓ ଊଜକ ବାରିପଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଆଜାଦ କ୍ଳବ ଟସ ଜିତି ବ୍ୟାଟିଂ ନେଇ ୧୮. ୫ଓଭର ରେ ସମସ୍ତ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ହିମାଂଶୁ ସାହୁ ୨୫ ବଲରେ ୨୮ ରନ ସଂଗ୍ରହ କରିଥିଲେ, ପରିପଦା ପକ୍ଷରୁ ପ୍ରେତିପାଇ ସିଂହ ୪ ଓଭର ରେ ୭ ରନ ରେ ୩ ଉଇକେଟ ଓ ମାରି ଲୋକନାଥ ୩. ୫ ଓଭର ରେ ୨୯ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ୧୦୦ ରନ ର ପିଛା କରି ବାରିପଦା ୧୬. ୫ଓଭର ରେ ୬ ଉଇକେଟ ହରାଇ ସଂଗ୍ରହ କରିନେଇ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେଇଥିଲା। ଦଳ ପକ୍ଷରୁ ବିଶ୍ୱଜିତ ଜେନା ୩୩ ବଲରେ ୪୩ ରନ କରିଥିଲେ। ଗଜପତି ପକ୍ଷରୁ ୩. ୪ ଓଭର ରେ ୧୬ ରନ ଦେଇ ୨ ଉଇକେଟ ନେଇଥିଲେ, ପ୍ରିତିପାଇ ସିଂହ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇ ପୁରସ୍କୃତ କରିଥିଲେ।ଲଲାଟ କେଶରୀ ନନ୍ଦ, ଆଶୁତୋଷ ପାଣି ଖେଳ ଟିକୁ ପରିଚାଳନା କରିଥିଲେ। ସ୍କୋରର ଭାବେ ରାକେଶ ବୋଇତେଇ, ବୀରକିଶୋର ମାଝୀ, ଜୟନ୍ତ ନାୟକ, ଭାଷ୍ୟକାର ଭାବେ ବିଷ୍ଣୁ ବୋଇତେଇ, ପ୍ରଦୀପ୍ତ ନାୟକ, ଗୋପବନ୍ଧୁ ମାଝୀ, ଖେଳ ଶେଷରେ ଖେଳାଳୀ ମାନଙ୍କୁ କ୍ଳବ ସଭାପତି ବିଶ୍ୱନାଥ ମାଝୀ, ସୁବାଷ ବୋଇତେଇ, ବାଟକୃଷ୍ଣ ମାଝୀ ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ।