Odiapua.com

ସେବା ଭାବନାରେ ସମାଜ ସୁଧାରି ହେବ ଜିଲ୍ଲାବ୍ୟାପୀ ସେବା ମହୋତ୍ସବ ଉଦ୍ ଯାପିତ

ନୟାଗଡ, ୧୩/୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସେବା ମଣିଷର ଶ୍ରେଷ୍ଠଧର୍ମ। ମାତ୍ର ଦିନକୁ ଦିନ ଆମେ ଏହି ମହାନ ମାନବୀୟ ଧର୍ମରୁ ନିବୃତ ରହୁଥିବା କାରଣରୁ ଆଜି ପ୍ରତ୍ୟେକଟି ସାମାଜିକ ଜୀବନ ଅବକ୍ଷୟାଭିମୁଖି ହୋଇପଡିଛି। ଏଣୁ ଏ ଦିଗରେ ସମାଜକୁ ସୁଧାରିବା ପାଇଁ ସେବା ଭାବନାରେ ପ୍ରତ୍ୟେକଙ୍କୁ ଉଦବୋଧିତ କରିବା ନିହାତି ଜରୁରି। ନୟାଗଡରେ ଆୟୋଜିତ ଜିଲ୍ଲାବ୍ୟାପି ସେବା ଉତ୍ସବର ଉଦ୍ ଯାପନୀ ଦିବସରେ ଯୋଗଦେଇ ଉପସ୍ଥିତ ଅତିଥିମାନେ ଆଜି ଏଭଳି ମତ ରଖିଛନ୍ତି। ନୟାଗଡ ଜିଲ୍ଲା ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ନୟାଗଡ ବିକାଶ ପରିଷଦ ଅଧ୍ୟକ୍ଷ ପ୍ରଦୀପ୍ତ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଡା. ଅରବିନ୍ଦ ଦାଶ ଏବଂ ଡା. ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଉପସ୍ଥିତ ଶ୍ରୋତାଙ୍କୁ ଏଭଳି ଉଦବୋଧନ ଦେଇଛନ୍ତି।

ଯୁବପୀଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଜିଲ୍ଲାରେ ଗରିବ ଓ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ଗତ ଦୁଇବର୍ଷଧରି ନୟାଗଡ ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଗତ ଜୁନ୍ ୨ ତାରିଖଠାରୁ ଏହା ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଚି। ଏହି ଅବସରରେ ନୟାଗଡ ଜିଲ୍ଲାର ଦୁରୁଦୁରା, କୁଜାମେଣ୍ଢି, ନୟାଗଡ, ବାଲୁଗାଁ, ଗୋଛା, ଓଡଗାଁ ଏବଂ ଉଦୟପୁରଠାରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର, ଅଙ୍ଗଦାନ ଶିବିର, ଚଷମାବଂଟନ, ବସ୍ତ୍ର ଦାନ ଏବଂ ଦିବ୍ୟାଙ୍ଗ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକମ ଆଦି ବିଭିନ୍ନ ସେବାଭିତିକ କାର୍ଯ୍ୟକ୍ରମମାନ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେଇଥିଲା। ଶେଷରେ ଅଜି ସେବା ଉତ୍ସବର ଉଦ୍ ଯାପନୀ ଦିବସରେ ବାହାଡାଝୋଲା ଦୃଷ୍ଟିହୀନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ପରିବେଷଣ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଥିଲା। ନୟାଗଡ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଯୁବସ୍ୱେଚ୍ଛାସେବୀ ପରମେଶ୍ୱର ସାହୁ, ଜ୍ୟୋତି ରଂଜନ ମହାପାତ୍ର, ସୁଧାଂଶୁ ଶେଖର ସାହୁ, ରଜତ କୁମାର ପଣ୍ଡା, ଚନ୍ଦ୍ରଶେଖର ବେହେରା, କାଳନ୍ଦୀ ସେଠି, ସତ୍ୟବ୍ରତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।