Odiapua.com

ସେବାୟତମାନଙ୍କର ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥିକ୍ ଔଷଧ ବଂଟନ କରାଯାଇଛି

ପୁରୀ, ୯/୬-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ଭଳି ମହାମାରୀ ରୋଗର ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଶ୍ରୀ ମନ୍ଦିର ପ୍ରସାସନ ପକ୍ଷରୁ ହୋମିଓପାଥିକ୍ ଔଷଧ ବଂଟନ କରାଯାଇଛି। ଶ୍ରୀ ମନ୍ଦିର ଭିତରେ ଚାଲିଛି ଶ୍ରୀ ଜିଉ ଙ୍କ ଗୁପ୍ତ ନୀତି। ଆଜି ଶ୍ରୀ ଜିଉ ଙ୍କର ଶ୍ରୀ ଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ମହାପ୍ରଭୁ ମାନଙ୍କୁ ଫୁଲରି ତେଲ ଲାଗି ହେବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି।ଏନେଇ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଆର୍ସେନିକ ଏଏଲବି-୩୦ ହୋମିଓପାଥିକ୍ ଔଷଧ ପ୍ରଶାସନ ପକ୍ଷରୁ ବିଭିନ୍ନ ସେବାୟତ ନିଯୋଗକୁ ପ୍ରଦାନ କରାଯାଇଛି। ଆଜି ଶ୍ରୀ ଜିଉ ଙ୍କ ଅନବସର ତିଥି ର ପଂଚମ ଦିନ ହୋଇଥିବା ବେଳେ ମହାପ୍ରଭୁ ଙ୍କର ଶ୍ରୀ ଅଙ୍ଗ ଫିଟା ନୀତି କରାଯିବ। ଏହା ଏକ ଗୁପ୍ତ ନୀତି ହୋଇଥିବା ଯୋଗୁଁ ଦୈତାପତ ସେବାୟତ ମାନେ ଏହାକୁ ସଂପାଦନ କରିବେ।