Odiapua.com

ସେବାୟତଙ୍କ ଚାପ : ମହାପ୍ରଭୁଙ୍କ ପାଇଁ ସମର୍ପିତ ଭାବ ଗଜପତି ମହାରାଜ୍ ତାଙ୍କ ମତ ପରିବର୍ତ୍ତନ କଲେ

ପୁରୀ, ୨୦/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ରଥଯାତ୍ରା ବନ୍ଦ ନିର୍ଦେଶ ଆସିବା ପରେ ଗତକାଲି ପୂର୍ବାହ୍ନ ରେ ଶ୍ରୀ ମନ୍ଦିର ପରିଚାଳନା କମିଟିର ଏକ ବୈଠକ ପରିଚାଳନା କମିଟି ର ଅଧ୍ୟକ୍ଷ ଗଜପତି ମହାରାଜ୍ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୌଣସି ନିର୍ଯ୍ୟାସ ଆସି ପାରିନଥିବା ଯୋଗୁଁ ଛତିଶା ନିଯୋଗ ର ବୈଠକରେ ଆଲୋଚନା କରାଯିବା ପାଇଁ ସ୍ଥିର ହୋଇଥିଲା। ଗତକାଲି ସଂନ୍ଧ୍ୟା ରେ ଛତିଶା ନିଯୋଗ ର ଏକ ବୈଠକ ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସୁପ୍ରିମ କୋର୍ଟ ଙ୍କର ରାୟ ସଂପର୍କରେ ଏହି ବୈଠକରେ ପୁଂଙ୍ଖାନୁପୁଂଙ୍ଖ ଆଲୋଚନା କରାଯାଇଥିଲା। ଛତିଶା ନିଯୋଗ ସଦସ୍ୟ ମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ। ଏହି ବୈଠକ ଦୀର୍ଘ ୩ ଘଂଟା ଧରି ଚାଲିଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନଥିଲା। ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମ କୁ ସୂଚନା ଦେଇ କହିଲେ ଯେ, ଆଜିର ଏହି ବୈଠକରେ ସଦସ୍ୟ ମାନେ ଯେଉଁ ମତ ପୋଷଣ କରିଛନ୍ତି ସେ ସଂପର୍କରେ ଆଲୋଚନା କରାଯିବ। ଏବଂ ସୁପ୍ରିମ କୋର୍ଟ ନିର୍ଦେଶର ରାୟ କୁ ପୁନର୍ବିଚାର କରିବା ପାଇଁ ଚାରୋଟି ପିଟିସନ ଦାଖଲ ହୋଇଛି। ତାର ବିଚାର ଆସନ୍ତା ସୋମବାର ସୁଦ୍ଧା ହୋଇ ପୁନନିର୍ଦେଶ ଆସିପାରେ। ଉକ୍ତ ନିର୍ଦେଶ କୁ ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ତା ପରେ ଯଦି ରଥଯାତ୍ରା ପାଇଁ ବିକଳ୍ପ ପନ୍ଥା ଗ୍ରହଣ କରାଯିବ ସେ ସଂପର୍କରେ ବିଚାର କରାଯିବ। ସୁପ୍ରିମ କୋର୍ଟ ରେ ରାଜ୍ୟ ସରକାର ଠିକ୍ ତଥ୍ୟ ଉପସ୍ଥାପିତ କରି ପାରିନଥିଲେ ବୋଲି ସେ କହିଥିଲେ।ସେଥିପାଇଁ ଛତିଶା ନିଯୋଗ ଦେଇଥିବା ପ୍ରସ୍ଥାବ ଗୁଡିକର ଆଲୋଚନା ପାଇଁ ଆଜି ଓ ଆସନ୍ତା କାଲି ପରିଚାଳନା କମିଟିର ବୈଠକ ବସି ସେ ପ୍ରସ୍ଥାବ ଗୁଡିକ ଉପରେ ଆଲୋଚନା କରାଯିବ। ସମସ୍ତ ବିଷୟ ସୋମବାର ସୁପ୍ରିମ କୋର୍ଟ ଙ୍କ ରାୟ ଉପରେ ନିର୍ଭର କରୁଛି। ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ମଧ୍ୟ ସୁପ୍ରିମ କୋର୍ଟ ରାୟ କଣ ଆସିବ ସେଥିପାଇଁ ଉତ୍କଣ୍ଠା ର ସହ ଅପେକ୍ଷା କରି ରହିଛନ୍ତି।ଲୀଳାମୟ ଓ ଭକ୍ତ ବତ୍ସଳ ମହାପ୍ରଭୁ ତାଙ୍କର ଯଦି ଇଛାଥାଏ ତେବେ ନିଶ୍ଚିତ ଭାବେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।