Odiapua.com

ସେବାନିବୃତ୍ତ ପ୍ରଧାନଶିକ୍ଷକ ଉପେନ୍ଦ୍ର ସ୍ୱାଇଁଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ଡା. ବିଶ୍ୱ ପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୀର୍ବଚନ ପ୍ରଦାନ କରିଥିଲେ। ଶିକ୍ଷାବିତ ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଦୈତାରୀ ପାତ୍ର, ବିଜୟ କୁମାର ସାମଲ, ବିଧାନ ଚନ୍ଦ୍ର ସାମଲ, ପବିତ୍ର ମୋହନ ପଟ୍ଟନାୟକ, ପହ୍ଲାଦ ସ୍ୱାଇଁ, ଗୋପାଳ ଚନ୍ଦ୍ର ପୃଷ୍ଟି, ବିଦ୍ୟୁତ ଖୁଣ୍ଟିଆ, ଯୁବନେତା ରାଜେଶ ପଣ୍ଡା, ପରିବେଶବୀତ କାଶୀନାଥ ରାଉତରାୟ, ପାର୍ଥସାରଥୀ ବେହେରା, ପୁରାତନ ଛାତ୍ର ସଂସଦ ସମ୍ପାଦକ ଚିତ୍ତରଞ୍ଜନ ଭଗତ ପ୍ରମୁଖ ଯୋଗଦେଇ ସେବାନିବୃତ୍ତ ପ୍ରଧାନଶିକ୍ଷକଙ୍କ ସେବା ଜୀବନ ଉପରେ ଆଲୋକପାତ କରିଥିଲେ। ଦୀର୍ଘ ୩୮ବର୍ଷ ଶିକ୍ଷକତା ଜୀବନରେ ସେ କଳପଡା ହାଇସ୍କୁଲ, ଶ୍ରୀଜଗନ୍ନାଥ ବିଦ୍ୟାପୀଠ ଏବଂ ପଦୋନ୍ନତି ପରେ ସର୍ବ ପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରି ସେ ଅବସର ନେଇଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅନସୂୟା ମିଶ୍ର, ରାଜଶ୍ରୀ ମିଶ୍ର, ବନଜା ମିଶ୍ର, କଲ୍ୟାଣୀ ସ୍ୱାଇଁ, ସ୍ମୃତିରେଖା ବେହେରା, ସେକ ସୁଲତାନ, ନଳିନିକାନ୍ତ ପୃଷ୍ଟି ପ୍ରମୁଖ ତାଙ୍କ ଶିକ୍ଷକତା ଜୀବନର ଆଦର୍ଶ ଆଚରଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ସ୍ୱାଇଁଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଶିକ୍ଷକ ଶିବ ପ୍ରସାଦ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପଣ୍ଡିତ ଉମାକାନ୍ତ ମହାପାତ୍ର ବେଦପାଠ ଓ ପବିତ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।