Odiapua.com

ସେବାଆଶ୍ରମ ଛାତ୍ରୀ ଅସଦାଚରଣ ମାମଲାରେ ଶିକ୍ଷକ ନିଲମ୍ବିତ,ଥାନାରେ ଅଟକ ପୁଲିସର ତଦନ୍ତ ଆରମ୍ଭ

ମାଲକାନଗିରି,୨୭ା୮ (ଓଡିଆ ପୁଅ ) ଗତକାଲି ଜଣେ ୬ଷ୍ଟ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚାରଣ କରିବା ଅଭିଯୋଗେରେ ସେହି ବଦ୍ୟାଳୟର ଶିକ୍ଷକଙ୍କୁ ଗ୍ରାମବାସୀ ମାନେ ବାନ୍ଧି ମାଡମାରିବା ଘଟଣାର ଜିଲ୍ଲାପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଶିକ୍ଷକ ଙ୍କୁ ନିଲମ୍ବନ କରିବା ସହିତ ପ୍ରଧାନଶିକ୍ଷକ ଙ୍କୁ କାରଣଦର୍ଶା ନୋଟିସ ଜାରିକରାଯାଇଛି । ଅପର ପକ୍ଷରେ ପିଡିତା ଛାତ୍ରୀଙ୍କ ବାପା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ଏତଲା କ୍ରମେ ମାଲକାନଗିରି ଥାନାପୁଲିସ କତାମେଟାରୁ ସେବାଆଶ୍ରମ ବିଦ୍ୟାଳୟରେ ପହଁଚି ସଂପୃକ୍ତଶିକ୍ଷକ ଙ୍କୁ ଆଣି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଦେଇଛନ୍ତି ।  ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଥାନାସ୍ଥ ମାଟାପେକା ପଚାଂୟତର କତାମାଟେରୁ ସେବାଆଶ୍ରମ  ବଦ୍ୟାଳୟର ସହକାରୀ ଶିକ୍ଷକ ଅଶ୍ୱନୀକୁମାର ଦେହୁରୀ ସେହି ବିଦ୍ୟାଳୟର ଜଣେ ଷଷ୍ଟ ଶ୍ରେଣୀରେ ପାଠପଢୁଥିବା ଛାତ୍ରୀଙ୍କ ପ୍ରତି ବାରଣ ସ୍ୱତ୍ୟେ ଅସଦାଚାଚରଣ କରିଆସୁଥିବାର ଛାତ୍ରୀଜଣଙ୍କ ଗ୍ରାମବାସୀ ଙ୍କୁ ଜଣାଇଥିଲେ ।  ଗ୍ରାମବାସୀ ମାନେ ଏହା ଜାଣିବାପରେ ରାଗିଯାଇ ଗତ କାଲି ସଂପୃକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟର ଗେଟରେ ବାନ୍ଧିଦେଇ ନିସ୍ତୁକ ମାଡମାରିଥିଲେ । ଶିକ୍ଷକଙ୍କୁ ମାଡମାରିବା ଘଟଣାର ଭିଡିଓ ଭାଇରାଲ ହେବାପରେ ଗତ କାଲି ଅପରାହ୍ନରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମଯାଇ ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବା ପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦିପ୍ତକୁମାର ପଣ୍ଡା ଗତ କାଲି ରାତ୍ରରେ ଅଭିଯୁକ୍ତ ଶିକ୍ଷକ ଅଶ୍ୱିନୀକୁମାର ଦେହୁରୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋହନ ବଡନାୟକ ଙ୍କୁ କାରଣଦର୍ଶା ନୋଟିସ ଜାରି କରିଛନ୍ତି । ଏ ସଂପର୍କରେ ପିଡିତା ଛାତ୍ରୀଙ୍କ ବାପା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଲକାନଗିରି ଥାନାରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଏକ ଏତଲା ଦେବାପରେ ମାଲକାନଗିରି ଥାନପୁଲିସ କତାମେଟାରୁ ସେବାଆଶ୍ରମରେ  ପହଁଚି ଗ୍ରାମବାସୀ ଅଟକାଇ ରଖିଥିବା ଶିକ୍ଷକ ଶ୍ରୀ ଦେହୁରୀଙ୍କୁ ଉଦ୍ଧାର କରି ଆଣି ଥାନାରେ ଅଟକ ରଖିଛନ୍ତି । ଗ୍ରାମବାସୀଙ୍କ ମାଡରେ ଶିକ୍ଷକ ଅସୁସ୍ଥ ହୋଇଥିବାରୁ ଥାନା ପକ୍ଷରୁ ତାଙ୍କୁ ପୁଲିସ ହେପାଜତ ରେ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇ ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି ।  ଅପର ପ କ୍ଷରେ ଅଭିଯୁକ୍ତ ଶିକ୍ଷକ ଅଶିନୀ ଦେହୁରୀ ତାଙ୍କ ଉପରେ ଆରୋପ ଅଭି ଯୋଗ ମିଥ୍ୟା,ଛାତ୍ରୀଜଣଙ୍କ ତାଙ୍କୁ ବାରମ୍ବାର ଭଲପାଉଥିବାର ଏକ ଖାତାରେ ଲେଖି ଦେଉଥିଲେ,ସେ ଛାତ୍ରୀଙ୍କୁ ଏଥିରୁ ନିବୃତ ରହି ପାଠପଢାରେ ମନଦେବା ପାଇଁ ପରାମର୍ଶ ଦେଉଥିଲେ, ଛାତ୍ରୀ ଜଣଙ୍କ ତାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବାରୁ ସେ ମୋ ପ୍ରତି ମିଥ୍ୟାରେ ଅଭିଯୋଗ କରିଛନ୍ତି । ମୁ ସେ ଛାତ୍ରୀଙ୍କୁ ନିଜର ସାନଭଉଣୀ ପରିଦେଖୁଥିଲି ,କେବେ ବି ତାଙ୍କ ପ୍ରତି ଅସଦାଚାରଣ କରିନାହିଁ ବୋଲି ଅଭିଯୁକ୍ତ ଶିକ୍ଷକ ସଫେଇ ଦେଇଛନ୍ତି ।