Odiapua.com

ସେପ୍ଟେମ୍ୱର ୨୦ରୁ ୟୁଜି ଦ୍ୱିତୀୟ ବର୍ଷ ପିଲାଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ସେପ୍ଟେମ୍ୱର ୨୦ରୁ UG ଦ୍ୱିତୀୟ ବର୍ଷ ପିଲାଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହେବ। ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର କ୍ଲାସରୁମ ପାଠପଢ଼ା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି।

ତେବେ କ୍ଲାସରୁମ୍ ପାଠପଢା ନେଇ ଗାଇଡଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। କରୋନା ନିୟମାନୁଯାୟୀ କଣ୍ଟେନମେଣ୍ଟ ଜୋନର ଚାତ୍ରଛାତ୍ରୀ ଏବଂ ଶିକ୍ଷକ କଲେଜ ଆସିବା ମନା କରାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବା ପରି ସମସ୍ତ କୋଭିଡ୍‌ ଗାଇଜ୍‌ ଲାଇନ୍ସ କଡ଼ାକଡ଼ିଭାବରେ ପାଳନ କରାଯିବ।

ଗାଇଡ୍‌ଲାଇନ୍ସ ଅନୁଯାୟୀ ସବୁ ଶିକ୍ଷାନୁଷ୍ଠାନରେ ଏକ ଆଇସୋଲେସନ ରୁମ ରହିବ।