Odiapua.com

ସେପ୍ଟେମ୍ବର ମାସ ପାଇଁ ମିଳିତ ଜନଶୁଣାଣି ଶିବିର ଆୟୋଜନ କାର୍ଯ୍ୟସୂଚୀ

ଭଦ୍ରକ, ୫-୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ବା ଅନ୍ୟ ଯେକୌଣସି ସମସ୍ୟା ନେଇ ଭଦ୍ରକ ଜିଲ୍ଲାର ଜନ ସାଧାରଣଙ୍କର ଆପତ୍ତି ଅଭିଯୋଗର ସମାଧାନ ପାଇଁ ମାସର ପ୍ରତ୍ୟେକ ସୋମବାର ଏବଂ ସୋମବାର ଛୁଟି ଦିବସ ଥିଲେ ପରଦିନ ମଙ୍ଗଳବାର ରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥାଏ। ସେପ୍ଟେମ୍ବର ମାସ ପାଇଁ ଏହି ଶିବିର ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ୫.୯.୨୨ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତା ୧୨.୯.୨୨ ସୋମବାର ଦିନ, ବାସୁଦେବପୁର ବ୍ଲକ୍‌ରେ, ୧୯.୯.୨୨ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ ମାସର ଶେଷ ସୋମବାର ତା ୨୬.୯.୨୨ରେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ଏହି ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ଚାହୁଁଥିବା ଜିଲ୍ଲାବାସୀ ଏହି ଶିବିରର ସୁଯୋଗ ନେଇ ପାରିବେ।