ଭୁବନେଶ୍ୱର;୧୨,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):”ସେନା ଠାରୁ ଆମେ ଶୀଘ୍ର ପ୍ରସ୍ତୁତ ହେବୁ” ନେଇ ସର ସଙ୍ଘ ଚାଳକ ମୋହନ ଭାଗବତ ମନ୍ତବ୍ୟ ଦେଇଥିବା ନେଇ ବିଭିର୍ଣ୍ଣ ଗଣ ମାଧ୍ୟମରେ ପ୍ରକାଶିତ ହୋଇ ବିବାଦ ଉପୁଜିବା ପରେ ସଙ୍ଘ ଏ ନେଇ ସ୍ପଷ୍ଟିକରଣ ରଖିଛି।ସେନା ଠାରୁ ଆମେ ଶୀଘ୍ର ପ୍ରସ୍ତୁତ ହେବୁ,ସେନାକୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ୬/୭ ମାସ ସମୟ ଦରକାର କିନ୍ତୁ ସଙ୍ଘ ସ୍ୱୟଂ ସେବକଙ୍କୁ ୨ ରୁ ୩ ଦିନ ସମୟ ଦରକାର ବୋଲି ବିହାରର ମୁଜାଫରପୁର ଠାରେ ସଙ୍ଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକର୍ମରେ ମୋହନ ଭାଗବତ କହିଥିବା ନେଇ କେତେକ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା।ଏବଂ ଏହାକୁ ନେଇ ବିବାଦ ଉପୁଜିବା ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଡଃ ମନମୋହନ ବୈଦ ଏକ ପ୍ରେସ ବିଜ୍ଞପ୍ତିରେ ଏହାର ସ୍ପଷ୍ଟି କରଣ ରଖିଛନ୍ତି।ସେ କହିଛନ୍ତି ଯେ,ମୋହନ ଭାଗବତଙ୍କ ବକ୍ତବ୍ୟକୁ ଭୁଲ ଭାବରେ ଉପ ସ୍ଥାପନ କରାଯାଇଛି।ଭାଗବତ ଆଦୌ ସ୍ୱୟଂ ସେବକ ଏବଂ ସେନା ଭିତରେ ତୁଳନା କରି ନାହ୍ନାନ୍ତି ବରଂ ସେ ସ୍ୱୟଂ ସେବକ ଏବଂ ସାଧାରଣ ନାଗରିକ ମଧ୍ୟରେ ତୁଳନା କରିଛନ୍ତି।ଭାଗବତ କହିଥିଲେ ଯେ,ସାଧାରଣ ନାଗରିକକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ସେନାକୁ ୬/୭ ମାସ ସମୟ ଲାଗେ, କିନ୍ତୁ ସ୍ୱୟଂ ସେବକକୁ ପ୍ରସ୍ତୁତ ହେବାକୁ ୩/୪ ଦିନ ସମୟ ଦରକାର।କାରଣ ସ୍ୱୟଂ ସେବକ ପ୍ରତ୍ୟେକ ଦିନ କଠୋର ଅନୁଶାସନ ଭିତରେ ରୁହେ।କିନ୍ତୁ ସ୍ୱୟଂ ସେବକ ଏବଂ ସାଧାରଣ ନାଗରିକ ଉଭୟଙ୍କୁ ପ୍ରସ୍ତୁତ କେବଳ ସେନା ହିଁ କରିଥାଏ।
ସେନା ଉପରେ ଭାଗବତଙ୍କ ମନ୍ତବ୍ୟ ଉପରେ ସଙ୍ଘର ସ୍ପଷ୍ଟି କରଣ
